ଉଦ୍ଘାଟିତ ହେଲା ୨୨ତମ ଚାନ୍ଦିପୁର ବେଳାଭୂମି ମହୋତ୍ସବ
ବାଲେଶ୍ୱର, : ଚାନ୍ଦିପୁର ବେଳାଭୂମିରେ ଶୀତୁଆ ସଂଜରେ ବହୁ ଆଡ଼ମ୍ବର ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ । ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ୨୨ତମ ମହୋତ୍ସବକୁ ଉଦ୍ଘାଟନ କରି କହିଥିଲେ କି ବେଳାଭୂମୀ ମହୋତ୍ସବ ଆଂଚଳିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଏଇଭଳି ମହୋତ୍ସବ ହେଲେ ଚାନ୍ଦିପୁରକୁ ଅଧିକରୁ ଅଧିକ ପର୍ଯ୍ୟଟକ ମାନେ ଆସିବେ । ବାଲେଶ୍ୱର ପୂର୍ବତନ ସଦର ବିଧାୟକ ତଥା ବେଳାଭୂମି ମହୋତ୍ସବ କମିଟିର ସଭାପତି ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆଯୋଜିତ ସଭାରେ ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗଦେଇ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଦ୍ୱାରା ବାଲେଶ୍ୱର ତଥା ଓଡ଼ିଶାର କଳା ସଂସ୍କୃତି ବିଶ୍ୱଦରବାରରେ ପ୍ରଚାର ଓ ପ୍ରସାର ସମ୍ଭବ ହୋଇଛି । ଚାନ୍ଦିପୁରର ଅନନ୍ୟ ସୌନ୍ଦର୍ଯ୍ୟ ସାରା ବିଶ୍ୱକୁ ଆକର୍ଷିତ କରିପାରିଥିବା କଥା ମଧ୍ୟ ମତ ପ୍ରକାଶ ପାଇଥିଲା । ସାଧାରଣ ସଂପାଦକ ବରିଷ୍ଟ ଆଡଭୋକେଟ୍ ହରେକୃଷ୍ଣ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଗତ ୨୧ ବର୍ଷ ଧରି ମହୋତ୍ସବର ସଫଳତା ପାଇଁ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇିଥିଲେ । ବରିଷ୍ଠ ସମ୍ବାଦିକ ତଥା ମହୋତ୍ସବ କମିଟିର ଉପ ସଭାପତି ବିପ୍ଳବ କୁମାର ମହାନ୍ତି, ଅତିରିକ୍ତ ସାଧାରଣ ସଂପାଦକ ଭାବଗ୍ରାହୀ ମହାନ୍ତି, ସଂପାଦକ କିଶୋର ଦାସ, ସମରେନ୍ଦ୍ର ନାଥ ଦାସ, ଭାଗବତ ସାହୁ, ସଦସ୍ୟ ଗଂଗାଧର ରାଉତ, କୋଷାଧକ୍ଷ ମାଧବାନନ୍ଦ ମିଶ୍ର,ସୁକୁମାର ରଣା, ଆରତୀ ଦାସ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଅମୃତାଂଶୁ ପଟ୍ଟନାୟକ ଏବଂ ସାଥି ସ୍ୱାଗତ ସଂଗୀତ ଗାନକରିଥିଲେ । ଯୁଗ୍ମ ସଂପାଦକ ଶ୍ରୀମାନ ଶ୍ରୀଚନ୍ଦନ ମହାନ୍ତିଙ୍କ ସଂଚାଳନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସେମାନଙ୍କ ମଧ୍ୟରେ ବାରିପଦାର ଛଉ, ଗଂଜାମର ଯୋଡ଼ି ଶଂଖ, ଭୁବନେଶ୍ୱରର ନର୍ତ୍ତକୀ ଅନୁଷ୍ଠାନ, କୋଲକାତା ଓ ଆଦିବସୀ ନୃତ୍ୟ ଦର୍ଶକଙ୍କୁ ବେଶ୍ ଝୁମେଇ ଥିଲା । ମହୋତ୍ସବ କମିଟିର ସଦସ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।