ଉନ୍ନତ ଧରଣର ପରିବା ଚାଷ ପାଇଁ ଗଜପତିର ଡ଼ିଡ଼ିଙ୍ଗ ଗୁଡା ଗ୍ରାମର ମହିଳା ବାସନ୍ତୀ ସମ୍ମାନିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ପଂଚାୟତର ଡ଼ିଡ଼ିଙ୍ଗ ଗୁଡା ଗ୍ରାମର ଜଣେ ମହିଳା ବାସନ୍ତୀ ଶବର ମା ଲକ୍ଷ୍ମୀ ଏସ ଏଚ ଜି ଗ୍ରୁପର ସଭାପତି ଉନ୍ନତ ଧାରଣର ପରିବା ଚାଷ କରି ସ୍ୱାବଲମ୍ବୀ ହୋଇ କୃଷି ଓଡିଶା 2024 ବିଭାଗ ଦ୍ୱାରା ସମ୍ମାନିତ ହୋଇଛନ୍ତି. ସ୍ଥାନୀୟ କୃଷି ଅଧିକାରୀ ଫିରୋଜ ଆରା ଓ ଜେନା ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ବାସନ୍ତୀ ଶବର ଆଧୁନିକ ଶୈଳୀରେ ଉନ୍ନତ ଧାରଣର ପରିବା ଚାଷ କରୁଥିଲେ. ଗଜପତି ଜିଲ୍ଲା ରୁ ସାତୋଟି ପ୍ରୋଜେକ୍ଟ ମଧ୍ୟରୁ କାଶୀନଗର ବ୍ଲକ ର ବାସନ୍ତୀ ଶବର ଙ୍କ ଏହି ପ୍ରୋଜେକ୍ଟ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରି ଥିଲା. ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକଙ୍କ ସହଯୋଗ ରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ. ବାସନ୍ତୀ ଶବରଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କାର ପ୍ରଛାହନ ରାଶି ଜନତା ମୈଦାନ ଭୁବନେଶ୍ୱର ଠାରେ କୃଷି ଓଡିଶା 2024 ବିଭାଗ ଦ୍ୱାରା ପ୍ରଦାନ କରାଯାଇ ଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ