ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ବିଧାୟକଙ୍କ ପ୍ରତିନିଧି

ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବାବେଳେ ଏହାକୁ ବିଧାୟକଙ୍କ ପ୍ରତିନିଧି ପ୍ରଣିତକାନ୍ତି ସାମଲ ତଦାରଖ କରିଥିବା ଜଣାପଡିଛି । ବ୍ଲକର ନପଙ୍ଗ, ମାଳଦା, ବାଲିପୋଖରୀ, ନେରଡା ପ୍ରମୁଖ ପଞ୍ଚାୟତରେ ଏନଆରଇଜିଏସ ମାଧ୍ୟମରେ ବିଭିନ୍ନ ଗ୍ରାମ୍ୟରାସ୍ତା, ପୋଖରୀ ଖନନ ହେଉଥିବାବେଳେ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରତିନିଧି ଶ୍ରୀସାମଲ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାଛଡା ସରସଦା ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ପ୍ରତିନିଧି ଶ୍ରୀ ସାମଲ ଦଳୀୟ କର୍ମୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସରସଦା ଗ୍ରାମର ମା ବୁଢିଜାଗୁଳାଇ ପୀଠକୁ ଲାଗି ପ୍ରାୟ ତିନିଏକର ପରିମିତ ଜାଗାରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ହେଉଥିôବାବେଳେ ଏହାକୁ ଆଜି ଶ୍ରୀସାମଲ ତଦାରଖ କରିଥିଲେ । ପାର୍କଟି ପୂର୍ଣ୍ଣାଙ୍ଗ ହେବା ପରେ ଏହା ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ ଏକ ଚିତ୍ତ ବିନୋଦନ ସ୍ଥାନ ଭାବେ ପରିଗଣିତ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି । କାର୍ଯ୍ୟ ତଦାରଖ ସମୟରେ ଯୁବନେତା ପ୍ରିତସ ରଞ୍ଜନ ନାୟକ, ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ