ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ଠାରେ ବିଭିନ୍ନ ଉନ୍ନୟନମୂଳକ କାମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ପାଣିପଞ୍ଚାୟତ ନିର୍ବାଚନ, କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ନଦୀବନ୍ଧ ସୁରକ୍ଷା ନେଇ ବିଭିନ୍ନ ଆଲୋଚନା ହୋଇଥିଲା । ଏଥିରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଧାନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶମ୍ଭୁପ୍ରସାଦ ସାହୁ, କ୍ଷେତ୍ର ଅଧିକାରୀ ପରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଚାଷୀ ମନୋରଞ୍ଜନ ସେନାପତି, ବିନୋଦ ବିହାରୀ ରାଉତ, ଧ୍ରୁବଚରଣ ବାରିକ, ପ୍ରସନ୍ନ କୁମାର ସାହୁ, ସୁବାଷ ଅଧିକାରୀ, ବିଦ୍ୟାଧର ଜେନା, ସୁରେନ୍ଦ୍ର ରାଉତ, ରୋହିତ ଭାରତୀ, ମନୋଜ କୁମାର ସାହୁ, ଜଗନ୍ନାଥ ଭାରତୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ