ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଅପରାହ୍ନରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ବ୍ଳକ କାର୍ଯ୍ୟାଳୟ ପରିସରରେ ପଂହଚି ବାରାହୀ ପାହାଡ଼, ନିର୍ମାଣଧିନ ବସ ଟର୍ମିନାଲ, ଭେଣ୍ଡିଂଜୋନ ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ବିଦ୍ୟାଳୟ ପଂଜିକରଣ ସମ୍ପର୍କରେ ପଚାରି ବୁଝିଥିଲେ । ୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସ୍ଥାନୀୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କୁ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ କର୍ମକ୍ଷେତ୍ର ସ୍ଥାନାନ୍ତର ନେଇ ଆଲୋଚନା କରିଥିଲେ । ବ୍ଳକ ପରିସରରେ ଚାଲିଥିବା ଅସ୍ଥାୟୀ ସ୍ୱତନ୍ତ୍ର ମୋଟରଯାନ ଶିବିରରେ ବିଜୟ କୁମାର ପଟ୍ଟନାୟକ ଓ ରାମହରି ଦାଶଙ୍କୁ ଗାଡ଼ି ଚାଳନା ଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆୟୋଜିତ ବୈଠକରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ, ପୁର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲଡ଼ୁ କିଶୋର ପଣ୍ଡା, ଉମା ଚରଣ ପାଢି ବିଆରସିସି କେ. ନିମାଇଁ ଚାନ୍ଦ ମହାପାତ୍ର, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ସହକାରୀ ପ୍ରାଣୀ ଚିକିତ୍ସକ ପ୍ରବିଣ କୁମାର ସାହୁ, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁୂମାର ମିଶ୍ର, ଉଠାଜଳସେଚନ ବିଭାଗୀୟ ଏସଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ