ଉପଭୋକ୍ତା ସୁରକ୍ଷା ପରାମର୍ଶ କେନ୍ଦ୍ର ଉଦଘାଟିତ
ରାୟଗଡା – ଜିଲ୍ଲା ର ଖାଉଟି ମାନଙ୍କ ସୁରକ୍ଷା ପାଇଁ ସହର ନ୍ୟିୁକୋଲନି ଠାରେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରାମର୍ଶ କେନ୍ଦ୍ର ଖୋଲା ଯାଇଥିଲା । ଏହି କେନ୍ଦ୍ର ର ଉଦଘାଟନି ଉତ୍ସବ ଅବସରେ ସିସି ଆଇ ଅନୁଷ୍ଠାନ ର ଉପସଭାପତି ଶ୍ରୀ ବଂଶିଧର ଆଚାର୍ଯ୍ୟ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଖାଉଟି ମଚଂ ର ସଭ୍ୟ ଶ୍ରୀ ଗଦାଧର ସାହୁ ଓ ନବରଂଗପୁର ଖାଉଟି ମଚଂ ର ପୂର୍ବତନ ସଭାପତି ତଥା ବରିଷ୍ଠ ଓଳିଲ ଶ୍ରୀ ଲଖ୍ମି ନାରାୟଣ ପାଢୀ ଙ୍କ ସହ ଓଡିଆ ଅନୁଷ୍ଠାନ ର ପରିଚାଳକ ଶ୍ରୀ ରଂଜନ କୁମାର ମହାନ୍ତି .ଏବଂ ୟଂଗ ଓଡିଶା ର ସଭାପତି ସନ୍ତୋଶ କୁମାର ସତପଥି ଉପସ୍ଥିତ ଥିଲେ । ଏହି କେନ୍ଦ୍ର ଟି ଜିଲ୍ଲାର ଖ୍ରାଉଟି ମାନଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ (ଓଡିଆ) ସହ ୟଂଗ ଓଡିଶା ଅନୁଷ୍ଠାନ ମିଳିତ ଭାବେ କାମକରିବାକୁ ଆଗେଇ ଆସିଥିଲେ । ଏହି ଅନୁଷ୍ଠାନ ଟି ରାଜ୍ୟର ଫୋକୋ ଅନୁଷ୍ଠାନ ସହ ଜୟ ଅନୁଷ୍ଠାନ ଓ କେନ୍ଦ୍ରର ସିସିଆଇ ସହଭାଗିତାରେ କାମ କରିବ । ଏହି ଅନୁଷ୍ଠନ ରାଜ୍ୟରେ ଥିବା ଖାଉଟି ଅଦାଳତ ରହିଥିବା ପରାମର୍ଶ କେନ୍ଦ୍ର ଗୁଡିକ କାମ କରୁନଥିବାରୁ ଖାଉଟି ମାନଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ଓ ଖାଉଟି ଆଇନ କୁ ବିନା ଆଇନଜୀବୀ ଙ୍କ ସହାୟତା ରେ ଉଚିତ ନ୍ୟାୟ ଖାଉଟି ମାନେ ପାଇବା ନେଇ ନୂତନ ଖାଉଟି ଆଇନ କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରଣୟନ କରାଯାଇଛି । ପ୍ରତ୍ୟକ ଦିନ ଖାଉଟି ମାନେ ମୁନାଫା ଖୋର ବ୍ୟବସାୟୀ ଙ୍କ ଠାରୁ ଶୋଷିତ ହେଉଥିବାରୁ ଏହି ନୂତନ ଆଇନ ହୋଇଥିବା ଜଣାପଢିଛି ।