ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ତେନ୍ତୁଳି: ସରକାରଙ୍କଠାରୁ ମିଳୁନି ପ୍ରତ୍ସାହ

କଲ୍ୟାଣସିଂହପୁର (ଓ୍ବାଇଏନଏସ): ଆଦିବାସୀ ଅଧ୍ୟୁଷିତ ରାୟଗଡା ରାୟଗଡା ଜିଲାରେ ରୋଜଗାର ମାଧ୍ୟମ ପାଲଟିଛି ତେନ୍ତୁଳି। ତେନ୍ତୁଳି ତୋଳିବାର ସମୟ ଆସିଲେ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମର ଓ ଗ୍ରାମ ନିକଟରେ ନିଜ ଅତିଆରେ ଥିବା ତେନ୍ତୁଳି ଗଛକୁ ସୁରକ୍ଷା ଦେବା ଶହ କାହାରିକୁ ହାତ ମାରିବାକୁ ଦିଅନ୍ତିନି ଗ୍ରାମର ଲୋକମାନେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ବ୍ଲକର ପ୍ରତି ଗ୍ରାମରେ ଥିବା ତେନ୍ତୁଳି ଗଛକୁ ଗୁଡାକକୁ ପ୍ରଥମେ ସୁରକ୍ଷା ଦେବାପରେ ବସନ୍ତ ଓ ଗ୍ରୀଷ୍ମ ଋତୁ ଆସିଲେ ଗ୍ରାମବାସୀ ପୁରୁଷ ଓ ମହିଳା ଏକତ୍ରିତ ହୋଇ ତୋଳିଥାନ୍ତି। ଏହି ତେନ୍ତୁଳୀକୁ ତୋଳି ବସ୍ଥାନୀରେ ଭର୍ତିକରୀ ଗ୍ରାମରେ ଥିବା କୋଠ ଘରରେ ରଖିଥାନ୍ତି। ତେନ୍ତୁଳି ଟପଲିବାର ଶେଷ ହେବାପରେ ପୁଣି ଏକତ୍ରିତ ହୋଇ ତେନ୍ତୁଳିରୁ ଚୋପା ଛଡାଇ ଶୁଖାଇ ରଖିଥାନ୍ତି। ପରେ ବେପାରୀଙ୍କୁ ମୂଲ୍ୟ ଧର୍ଯ୍ୟକାରୀ ବିକ୍ରି କରିଥାନ୍ତି। ଉକ୍ତ ବିକ୍ରି କରିଥିବା ତେନ୍ତୁଳିର ଟଙ୍କା ଗାଁ ପାଣ୍ଠିରେ ରହିଥାଏ। ଟଙ୍କାକୁ ଗ୍ରାମର ଉନ୍ନତି କରିବାରେ ସାହସଯ୍ୟ କରିଥାଏ ତ ଗ୍ରାମର ପୂନ୍ୟପର୍ବ ରେ ମଧ୍ୟ ଉକ୍ତ ଟଙ୍କାକୁ ବ୍ୟବଜାର କରିଥାନ୍ତି। ଏମିତିକି ଗ୍ରାମରେ କେହି ତଳସ୍ତଲର ପରିବାର ଦେହ ଖରାପ ହେଲେ ଉକ୍ତ ଟଙ୍କାକୁ ସେହି ଗ୍ରାମବାସୀ ସାହାଯ୍ୟ କରିଥାନ୍ତି। ଯେଭଳି ଭାବରେ ତେନ୍ତୁଳି ତୋଳି ବିକ୍ରି କରିଥାନ୍ତି ସେଭଳି ଟଙ୍କା ମିଳୁନଥିବାରୁ ବିଭନ୍ନ ସମୟରେ କାର୍ଯ୍ୟରେ ଲାଗୁଥିବା ଟଙ୍କା ନିୟଣ୍ଟ ହେଉଥିବାରୁ ଗ୍ରାମରେ ଚାନ୍ଦା ଆଦାୟ କରି କାର୍ଯ୍ୟରେ ଲଗାଇ ଥାନ୍ତି ବୋଲି ପାଟବନ୍ଧ ଗ୍ରାମବାସୀ ପ୍ରକାଶ କରିଛନ୍ତି।ଉକ୍ତ ତେନ୍ତୁଳି କୁ ସରକାରୀ ମୂଲ୍ୟଧର୍ଯ୍ୟ କରି ଟିଡ଼ିସିସି କ୍ରୟ କରିଥାନ୍ତେ ତେବେ ଉଚିତ ମୂଲ୍ୟ ମିଳିଥାନ୍ତା ବୋଲି ପ୍ରକାଶ କରିଛନ୍ତି। ଏହିଜିଲ୍ଲାର ତେନ୍ତୁଳି ମଧ୍ୟରୁ କଲ୍ୟାଣସିଂହପୁର ବ୍ଲକର ତେନ୍ତୁଳି ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, କର୍ଣାଟକ ଭଳି ରାଜ୍ୟକୁ ଭଲଭାବେ ରପ୍ତାନି ହେଉଥିବା କିଣୁଥିବା ବେପାରୀ ଧନୀ ହୋଇଥିବା ବେଳେ ବିକ୍ରି କରୁଥିବା ପରିବାର ଗରିବ ହୋଇ ରହିଥାନ୍ତି ବୋଲି ଅଞ୍ଚଳବାସି ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ପଞ୍ଚାୟତ କିମ୍ବା ଟିଡ଼ିସିସି ମାଧ୍ୟମରେ କିଣି ଉଚିତ ମୂଲ୍ୟ ପ୍ରତ୍ସାହନ ପ୍ରଦାନ କଲେ ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ