ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ନନ୍ଦିନୀ ଶତପଥୀ ଜୟନ୍ତୀ ପାଳନ

ଭଂଜନଗର , (ଯୁଗାଦ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଭଂଜନଗର ସହର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଆନୁକୁଲ୍ୟରେ ନନ୍ଦିନୀ ଶତପଥୀ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନୀଳାଚଳ ମୁନି ସମ୍ମାନିତ ଅତିଥି ରୂପେ ଯୋଗ ଦେବା ସହ କ୍ଷତ୍ରିୟ ବରପୁର ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୂଲ୍ୟ ଦାସ ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ,ବରିଷ୍ଠ ନାଗରିକ କୃତିବାସ ବିଶ୍ଵାଳ ଏବଂ ସିନେ ଅଭିନେତା ଆଶିଷ ଗୌଡ ଏବଂ କାର୍ଯ୍ୟକ୍ରମ ମୁଖ୍ୟ ବାବୁଲା ପ୍ରଧାନ ଯୋଗ ଦେଇଥିଲେ।ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥି ଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ । ଏହି ଅବସର ରେ ଗଞ୍ଜାମ ଜିଲ୍ଲା ର ବହୁ ଲୋକ କଳା ର କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ