ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ଅଦ୍ୟ ବିକଳ୍ପ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର ଉତ୍କଳ ଆଶ୍ରମ ରୋଡ ସ୍ଥ ମା ‘ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି ! ପଚାଶ ରୁ ଅଧିକ କଵି ଯୋଗ ଦେଇ ନିଜ ନିଜର କବିତା ଓ ଗଳ୍ପ ପାଠ କରି ଥିଲେ !ପ୍ରାୟ ଅଧିକାଂଶ ଲେଖା ରଜ ପର୍ବ ଉପରେ ଲେଖା ଯାଇ ଥିଲା !ଏହି ଆସର ରେ ସଭାନେତ୍ରୀ ଦେବିପ୍ରଭା ରଥ, ଜୟ ରାମ ମହାରଣା ଓ ପଦ୍ମିନୀ ମିଶ୍ର ମଂଚାସୀନ ଥିବା ବେଳେ ସର୍ବଶ୍ରୀ ଗୌର ଚନ୍ଦ୍ର ଭୂୟାଁ, ରଥ ଦିଗଲ, ସୁରଜିତ କୁମାର ରାଉଳ, ଚନ୍ଦ୍ର ଶେଖର ମହାପାତ୍ର, ମାନସ ଦାଶ, ଟୀ ସତୀଶ ପାତ୍ର, ନିରଞ୍ଜନ ପଟନାୟକ, ମାଲେଶ୍ଵର ପାତ୍ର, ମହାଙ୍କୁଡ, ମନୋଜ କୁମାର ପାଢ଼ୀ, ନିତା କୁମାରୀ, ଶଙ୍କର ମହାରଣା, ସରସ୍ବତୀ ନାୟକ, ବୀଣା ସାମନ୍ତରାୟ, ଜିତେନ୍ଦ୍ର ପଟନାୟକ ପ୍ରମୁଖ ପଚାଶ ରୁ ଉର୍ଧ୍ଵ ଲେଖକ ଓ ଲେଖିକା ଯୋଗ ଦେଇ ସ୍ୱ ରଚିତ ରଜ ପର୍ବ ଉପରେ ଆଧାରିତ ଲେଖା ଗୁଡିକ ପାଠ କରିଥିବା ବେଳେ ଶ୍ରୀ ନିରଞ୍ଜନ ପଟନାୟକ ଲେଖା ଗୁଡିକୁ ସମୀକ୍ଷା କରିଥିଲେ !ଶେଷରେ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମ କୁ ସମାପନ କରି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ