ଉବର୍ ରେଂଟାଲ୍ସ ପକ୍ଷରୁ ୩୯ଟି ସହରକୁ ସେବା ବିସ୍ତାର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଉବର୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହାର ରେଂଟାଲ୍‌ସ ସେବା ଏବେ ଭାରତର ୩୯ଟି ସହରରେ ଉପଲବ୍ଧ ହେବଏବଂ ଅଧିକାଂଶ ରାଇଡର୍ ନିଜର ପରିବାର ଓ ବନ୍ଧୁମାନଙ୍କୁ ଭେଟିବା, ବ୍ୟବସାୟିକ ମିଟିଙ୍ଗ୍ ଓ ଅଫିସ୍ କାମକରିବା ପାଇଁମଲ୍ଟି-ଆୱାର୍‌, ମଲ୍ଟି-ସପ୍‌ବିକଳ୍ପର ବ୍ୟବହାର କରୁଛନ୍ତି ।ଜୁନ୍ ୨୦୨୦ରେ ଏହିସେବା ଆରମ୍ଭ ହେବା ପରଠାରୁ ଦେଶରେସାମ୍‌ନାକୁ ଆସିଥିବା ଅନ୍ୟ ବ୍ୟବହୃତ ମାମଲା ଗୁଡିକରେ ଜିନିଷ ସଂଗ୍ରହ ତଥା ଦେବା ପାଇଁ ଗସ୍ତ, ଗ୍ରୋସରୀ ସପିଙ୍ଗ୍‌,ଏକ ପୂଜାସ୍ଥାନକୁ ପରିଦର୍ଶନ କରିବା, ଘର ପରିବର୍ତନ କରିବା ଓ ଫ୍ଲାଟ୍‌ଖୋଜିବା ଆଦି ସାମିଲରହିଛି ।କମ୍ପାନୀ ଏହା ମଧ୍ୟ ଉନ୍ମୋଚନ କରିଛି ଯେ, ଏହି ସେବା ମାସ ପରେ ମାସ ଡବଲ୍ ଟ୍ରିପ୍ ସଂଖ୍ୟାରେ ଅଭିବୃଦ୍ଧି ପରିଲକ୍ଷିତକରିଥିବାବେଳେ, ଦିଲ୍ଲୀ ,ମୁମ୍ବାଇ ଓ କୋଲ୍‌କାତା ଭଳ ିମେଟ୍ରୋ ଗୁଡିକରେ ଉନ୍ନତ ଉପଭୋକ୍ତା ଚାହିଦା ମଧ୍ୟ ଦେଖିଛ ିଯେଉଁଠାରେ ହାରାହାରି ଟ୍ରିପ୍ ସମୟ ୨ ଘଂଟାର ଅଧିକ ସମୟ ରହିଛି ।ଉବର୍ ପକ୍ଷରୁଡ୍ରା ଇଭର୍ ପାର୍ଟନର ୍‌ମାନଙ୍କ ପାଇ ଁରୋଜଗାର ସୁଯୋଗ ସୃଷ୍ଟି କରିବା ସହିତ ଏହାର ସମୁଦାୟ ଗୁଡିକର ପରିବର୍ତିତ ଆବଶ୍ୟକତାକୁ ପୂରଣକରିବା ଲାଗି ଗତବର୍ଷ ଲକ୍‌ଡାଉନ୍ ବଢିବା ପରେ ରେଂଟାଲ୍ସ ସେବା ଲଂଚ୍ କରାଯାଇଥିଲା । ଏହି ୨୪ଙ୍ଘ୭ ଅନ୍‌-ଡିମାଣ୍ଡ ସେବାରାଇଡର୍‌ମାନଙ୍କୁଏକାଧିକ ଥର ଅଟକିବାର ସ୍ୱାଧୀନତାସହିତ ଅନେକ ଘଂଟା ପାଇଁ ଏକ କାର୍ ଓ ଡ୍ରାଇଭର୍‌ବୁକ୍‌କରିବାକୁ ଅନୁମତି ଦେଉଛି । ଫ୍ରେଶ୍‌ୱର୍କସ୍‌ରେ ସାଉଥ୍ ଇଷ୍ଟ ଏସିଆର ମୁଖ୍ୟ ଓ ବେଙ୍ଗାଲୁରୁର ଜଣେ ନିବାସୀ ଜନି କହିଛନ୍ତି, “ ଉବର ୍‌ରେଂଟାଲ ୍ସହେଉଛି ଯାତାୟକ ପାଇଁମୋର ପସନ୍ଦର ମାଧ୍ୟମ ବିଶେଷ କରି ଏହାକୁ ଟିକାକରଣ ପାଇଁ ଯିବାର ଥିଲା । ସମାନ ଡ୍ରାଇଭର୍‌ଙ୍କସହିତ ୩ରୁ ୪ ଘଂଟା ପର୍ଯ୍ୟନ୍ତ ଯାତ୍ରାକରିବା ଅଧିକ ସୁବିଧାଜନକ ଓ ଆରାମଦାୟକ ହୋଇଥାଏ ।
ଉବର ୍‌ରେଂଟାଲ୍ସ ଏବେ ଦେଶର ୩୯ଟି ସହରରେ ଉପଲବ୍ଧ ହେଉଛି ଯେଉଁଥିରେ ଦିଲ୍ଲୀଏନ୍‌ସିଆର୍‌, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, କୋଲ୍‌କାତା, ଚେନ୍ନାଇ, ପୁନେ, ଅହମ୍ମଦାବାଦ, ପାଟ୍‌ନା, ଚଣ୍ଡୀଗଡ, କାନ୍‌ପୁର, ଲକ୍ଷ୍ନୌ, କୋଚି, ଜୟପୁର, ଗୌହାଟୀ, ଭୋପାଳ, ନାଗପୁର, ଇନ୍ଦୋର, ବିଶାଖାପାଟ୍‌ନମ୍‌, ଭୁବନେଶ୍ୱର, ଲୁଧିଆନା, ରାଂଚି, କୋଏମ୍ବାଟୁର, ତିରୁପତି, ଉଦୟପୁର, ଯୋଧପୁର, ବାରାଣସି, ଆଗ୍ରା, ଅମୃତସର, ଥିରୁଭଅନନ୍ତପୁରମ୍‌, ରାୟପୁର, ଡେହରାଡୁନ, ସୁରଟ, ଆଜ୍‌ମେର୍‌, ବିଜୟୱାଡା, ବଡୋଦ୍‌ରା, ନାସିକ୍‌, ପ୍ରୟାଗରାଜ ଓ ଜବଲପୁର ଆଦି ସାମିଲରହିଛି ।ଏହି ସେବାର ସଫଳତା ଉପରେ ଉବର୍‌ଇଣ୍ଡିଆ ଓ ସାଉଥ୍ ଏସିଆର ରାଇଡର୍ ଅପରେଶନ୍ସ ହେଡ୍ ରତୁଲ ଘୋଷ୍ କହିଛନ୍ତି, ଉବର୍‌ରେ ଆମେ ଯାତାୟତ ସମାଧାନ ଆଣିବା ଲାଗି ସବୁବେଳେ ଉଦ୍ଭାବନ କରିଥାଉ ଯାହା ଆମର ସମୁଦାୟଗୁଡିକର ପରିବର୍ତିତ ଆବଶ୍ୟକତାକୁ ପୂରଣକରିଥାଏ । ୩୯ଟି ସହରକୁ ଏହ ିସେବାର ସମ୍ପ୍ରସାରଣ ଏବଂ ଉବର୍‌ରେଂଟାଲ୍ସ ଉପରେ ଆମେ ପରିଲକ୍ଷିତ କରିଥିବା ମାସ ପରେମାସ ନିରନ୍ତର ଅଭିବୃଦ୍ଧି ; ଏହିସେବାକିଭଳିରାଇଡର୍‌ମାନଙ୍କର ଆବଶ୍ୟକତାକୁ ପୂରଣକରୁଛିତାହାକୁ ଦର୍ଶାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ