ଉର୍ଦ୍ଦୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖିକରଣ କାର୍ଯ୍ୟକ୍ରମ ଉଦଯାପିିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ତ୍ରିଦିବସୀୟ ଓଡିଶା ଉର୍ଦ୍ଦୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖି କରଣ କାର୍ଯ୍ୟକ୍ରମ ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ଉର୍ଦ୍ଦୁ ଏକାଡେମୀ ସଚୀବ ଡଃ.ସୟଦ ମୁସିର ଆଲମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉର୍ଦ୍ଦୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖି କରଣ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦେଶକ(ଦକ୍ଷତା ବିକାଶ) ଅବଦୁଲ ରହେମାନ ଖାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶେଷ ଦିବସରେ ଜିଲ୍ଲାର ୯୦ରୁ ଉର୍ଦ୍ଧ୍ୱ ବିଭିନ୍ନ ସ୍କୁଲମାନଙ୍କରେ ଉର୍ଦ୍ଦୁ ଶିକ୍ଷା ଦାନ କରୁଥିବା ଉର୍ଦ୍ଦୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ହାଇଦ୍ରାବାଦର ଡଃ.ମୀସବାହ ଅନସାର, ଜାମସେଦପୁରର ଡଃ.ଅହମ୍ମଦ ବଦର, ତେଲେଙ୍ଗାନାର ମହମ୍ମଦ ଅବଦୁଲ ମୋଇଜ ପ୍ରମୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଏନାମୁଲ ହକ, ଶିକ୍ଷକ ସେକ ଫାୟାଜୁଦ୍ଦିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ