ଉର୍ମିଲୋଚନ ପାଠାଗାର ପକ୍ଷରୁ ବନ୍ଦେ ଉତ୍କଳ ଜନନୀ

ନାଉଗାଁ,(ଓ୍ବାଇଏନ୍ଏସ୍) : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶନିବାର ଭଟଣାର ଉର୍ମିଲୋଚନ ପାଠାଗାର ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ପାଠାଗାର ସଂଲଗ୍ନ ହରିହର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସାମୁହିକ ଗାନ ଅନୁଷ୍ଠିତ ହୋଇଥିଲା । ପାଠାଗାରର ଉପସଭାପତି ବିଜୟ କୁମାର ଜେନା ଓ ଉପଦେଷ୍ଟା ବିରୁପାକ୍ଷ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଠାଗାରର ସଦସ୍ୟ ଦେବେନ୍ଦ୍ର ଦଳାଇ, ଦେବଦତ ସ୍ୱାଇଁ, ରମାକାନ୍ତ ମହାନ୍ତି, ବିଜୟ ମୁଦୁଲି, ମଦନ ମୁଦୁଲି, ରାଜୀବ ବହିରା, ଅସିତ୍ ବିଶ୍ୱାଳ, ଦିପକ ଖଟୁଆ, ସମୀର ସ୍ୱାଇଁ, ଅଭିଷେକ ସ୍ୱାଇଁ, ଲିଙ୍କନ ସ୍ୱାଇଁ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଅମୀୟ ପୁହାଣ, ସୁନୀଲ ଲେଙ୍କା, ନୃସିଂହ ସ୍ୱାଇଁ, ସମୀର ମହାନ୍ତି, ଆକାଶ ଦାସ ପ୍ରମୁଖ ସାମିଲ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପାଠାଗାରର ସଦସ୍ୟଙ୍କ ସହ ଗାଁର କୁନି କୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ