କରୋନା ସମୟରେ କେତେ ସୁରକ୍ଷିତ ମାନସିକ ବିକାରଗସ୍ତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପାରାଦ୍ୱୀପକୁ ବିଭିନ୍ନ ରାଜ୍ୟର ଲୋକମାନେ ରୋଜଗାର ପାଇଁ ଆସି ରହିଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାର ମୂଳ ବାସିନ୍ଦାମାନେ ମଧ୍ୟ ପାରାଦ୍ୱୀପରେ ରହିଆସୁଛନ୍ତି । ଏମାନଙ୍କ ସହ ପାରାଦ୍ୱୀପ ବିଭିନ୍ନ ସ୍ଥାନରେ ମାନସିକ ବିକାର ଗ୍ରସ୍ତଙ୍କୁ ମଧ୍ୟ ଦେଖିବାକୁ ମିଳେ । ବଦାନ୍ୟ ବ୍ୟକ୍ତି, କିଛି ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କୁ ପ୍ରତ୍ୟହ ଖାଦ୍ୟ ବଣ୍ଟନ କରିଥାନ୍ତି । ପାରାଦ୍ୱୀପ ସହର ରେ କେତେ ଯେ ମାନସିକ ବିକାରଗ୍ରସ୍ତ ସହର ଠାରୁ ବଜାର, କଲୋନୀ ଓ ବସ୍ତି ଅଂଚଳରେ ବୁଲୁଥିବା ଦେଖିବାକୁ ମିଳେ ଏହାର ସଂଖ୍ୟା ପୌର ପାଳିକା ପାଖରେ ନଥିବ । ମହାମାରୀ କୋରୋନା ସମୟରେ ସାଧାରଣ ଲୋକେ ଘରେ ରହିବା , ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ନିୟମ ମାନି ଚଳୁଛନ୍ତି । ହେଲେ ଏହି ମାନସିକ ବିକାରଗ୍ରସ୍ତ ମାନେ ସେହିଭଳି ଭାବେ ବୁଲୁଛନ୍ତି । ଶୋଉଛନ୍ତି ଓ ରହୁଛନ୍ତି । ବିଭିନ୍ନ ଲୋକମାନେ ଏମାନଙ୍କୁ ଖାଦ୍ୟ, ପାନୀୟ ଦେଉଛନ୍ତି । କେତେ ଲୋକଙ୍କ ସଂସ୍ପର୍ଶରେ ଏମାନେ ଆସୁଛନ୍ତି । କିଏ ଜାଣେ ଏମାନଙ୍କ ଶରୀରରେ କୋଭିଡ-୧୯ ଭାଇରସ ନଥିବ । ଖୋଲାଭାବେ ଅବାଧରେ ବିଭିନ୍ନ ସ୍ଥାନକୁ ଏମାନେ ଯାଆ କରୁଛନ୍ତି । ବନ୍ଦର ସହରାଂଚଳରେ ବହୁ ସଂଖ୍ୟାରେ ଏଣେ ତେବେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ମାନେ ଯେ କୌଣସି କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ନ ଆସିଥିବେ କିଏ କହିବ? ତେଣୁ ଏହି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ମାନଙ୍କର ସ୍ୱାବ୍ ଟେଷ୍ଟ ହେବା ନିହାତି ଜରୁରୀ । ପ୍ରଶାସନ ଏ ଦିଗରେ ମଧ୍ୟ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ