କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ସନପୋଡାଗୁଡା ଗ୍ରାମର ଜଣେ ୫ ବର୍ଷର ଶିଶୁ ରକ୍ତ ହୀନତା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ମୃତକ ଶିଶୁର ପରିଚୟ ସଂଜୁ ମାଝୀଙ୍କ ପୁଅ ବୈକୁଣ୍ଠ ମାଝୀ ବୋଲି ଜଣାପଡିଛି । କୋକସରା ହସପିଟାଲରେ ଚିକିସ୍ରା ସମୟରେ ରକ୍ତ ହୀନତା କାରଣରୁ ୫ ବର୍ଷୀୟ ଶିଶୁ ମୃତ୍ୟୁ ହୋଇଥିବା ଜଣାପଡିଛି ।