ରିଲିଜ ହେଲା ଫିଲ୍ମ ରଙ୍ଗ ବରଷିବ ଟୁପୁର ଟୁପୁରୁ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁରରେ ବହୁ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି । ଶନିବାର ବ୍ରହ୍ମପୁର ଶିବା ହଲରେ ପୁଷ୍ପାଞ୍ଜଳି ପ୍ରଡକ୍ସନ ନେବେଦିତ ଓଡ଼ିଆ ସିନେମା ରଙ୍ଗ ବରଷିବ ଟୁପୁରୁ ଟୁପୁରୁ, ଏହାର ଶୁଭ ମୁହୂର୍ତ ହୋଇଥିବା ବେଳେ ଏହି ପିଲ୍ମର ହିରୋ ତାପସ ବେହେରା, ହିରୋଇନ ସୁଶ୍ରୀ ରଥ, ଡାଏରେକ୍ଟର ଜିତେନ୍ଦ୍ର ନାଥ ମହାପାତ୍ର, ଖଳ ନାୟକ ଅଶ୍ରୁମୋଚନ ମହାନ୍ତି, ମ୍ୟୁଜିକ ଡାଏରେକ୍ଟର ଅମେନ୍ଦ୍ର ମହାନ୍ତି, ଶିଶୁ କଳାକାର ଜ୍ଞାନ ସାହୁ, କମେଡିୟାନ ଆୟୁଷ୍ମାନ ଓ ନିରାଭାଇ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତ୍ତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା ଉପସ୍ଥିତ ରହି ଫିଲ୍ମ କୁ ଉପଭୋଗ କରିବା ସହ ହିରୋ ଓ ହିରୋଇନ କୁ ଶୁବେଛ। ସହ ଉନ୍ନତି କାମନା କରିଥିଲେ । ହିରୋ ଙ୍କ ଘର ବ୍ରହ୍ମପୁର ହାଉସିଂଗ ବୋର୍ଡ଼ ହୋଇଥିବାରୁ ତାଙ୍କର ସାଙ୍ଗ ସାଥି ମାନେ ତାଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ରହି ବାଣ ଫୁଟାଇବା ସହ ଫୁଲ ବର୍ଷା କରିଥିଲେ ଏହି ଫିଲ୍ମ ଟି ହିରୋ ତାପସ ଙ୍କ ମାଙ୍କ ନାମରେ ପ୍ରୋଡେସ୍କନ ହୋଇଥିବାରୁ ତାପସ ବହୁତ ଉତ୍ସାହିତ ଅଛନ୍ତି ।


