ଋଗୁଣ ଅବସ୍ଥାରେ ଆଣ୍ଠେଇଛି ୧୦୮ ଆମ୍ବୁଲାନ୍ସ ଗାଡ଼ି
ପୋଲସରା ,(ମନୋଜ କୁମାର ଘଡେଇ) : କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଗୁରୁତ୍ୱ କୁ ବୁଝି ରୋଗୀଙ୍କ ଜନକଲ୍ୟାଣ ନିମନ୍ତେ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଏବଂ ୧୦୮ ଆମ୍ବୁଲାନ୍ସ ଗାଡିକୁ ପିରିଚାଳନା କରୁଥିବା ଘରୋଇ କମ୍ପାନୀ ମାଲିକଙ୍କ ଦାୟିତ୍ୱ ହୀନତା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ଶହଶହ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବାର ଦେଖାଯାଉଛି । ଯାହାକି ଗଂଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ରୋଗୀ ସେବାରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସ ଗାଡ଼ି ଦୁଇଟି ସଂପୂର୍ଣ୍ଣ ଭାଙ୍ଗି ରୁଜି ଗଲାଣି । ଏପରି କି ଗୁରୁତର ରୋଗୀଙ୍କ ମାନଙ୍କ ଠାରୁ ମଧ୍ୟ ଅଧିକ ମାତ୍ର ରେ ଋଗୀଣ ହୋଇ ପଡ଼ିଛି ପୋଲସରା ଅଞ୍ଚଳର ଏହି ଦୁଇଟି ୧୦୮ ଆମ୍ବୁଲାନ୍ସ ଗାଡ଼ି । ଯାହାକି ରୋଗୀଙ୍କ ସେବାରେ ନିୟୋଜିତ ଥିବା ଏହି ୧୦୮ ଆମ୍ବୁଲାନ୍ସ ଗାଡ଼ି ଗୁଡିକ ପ୍ରକୃତ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଯାନ୍ତ୍ରିକ ତୃଟି ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି । ଯାହାକି କେଉଁ ସ୍ଥାନରେ ସୂତା ସାହାଯ୍ୟରେ ବନ୍ଧା ଯାଇଛି ତ କେଉଁଠି ଗାଡ଼ିର ମୁଖ୍ୟ କବାଟ ଖୋଲିବା ପାଇଁ କପଡ଼ା କନା ଦ୍ବାରା ବନ୍ଧା ଯାଇଛି । ଏପରିକି ଉକ୍ତ ଆମ୍ବୁଲାନ୍ସ ଗାଡିର ସମସ୍ତ ଚକା ଗୁଡିକ ସରି ଯାଇଥିବା ବେଳେ କିଛି ଚକା ଗୁଡ଼ିକ ଫାଟି ଆଁ କରିଥିବା ମଧ୍ୟ ଦେଖିବା କୁ ମିଳିଛି । ଏପରିକି ଛାତ ଉପର ବହୁ ଯାଗାରେ କଳଙ୍କି ଲାଗି ବଡ଼ ବଡ଼ କ’ଣା ହୋଇ ଯାଇଛି । ଯାହା ଫଳରେ ବର୍ଷା ଦିନରେ ଛାତ ରୁ ପାଣି ପଡ଼ିବା ସହ ଗୁରୁତର ରୋଗୀ ମାନେ ଓଦା ହେଉଥିବା ମଧ୍ୟ ଦେଖାଯାଉଛି । ଏଭଳି ସମସ୍ୟା ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଜିଲ୍ଲାପ୍ରଶାସନ ଙ୍କୁ ବହୁ ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହେଲା କୈଣସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ପୋଲସରା ଅଞ୍ଚଳ ବାସୀ ତୁରନ୍ତ ରୋଗୀଙ୍କ ଉପକୃତ ସେବା ନିମନ୍ତେ ନୂତନ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗାଇ ଦେବାକୁ ଦାବୀ କରିଛନ୍ତି ।