ଋଷିକୁଲ୍ୟା ନଦୀ ମୁହାଣରେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଥାନା ଅନ୍ତର୍ଗତ ପୋତାଗଡ ନଦୀକୂଳରେ ଏକ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ସ୍ଥାନୀୟ ବାସିନ୍ଦା ମାନେ ଦେଖିବାକୁ ପାଇ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଗଞ୍ଜାମ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ଗଞ୍ଜାମ ଥାନାରେ ୧୪୯/୨୧ ପ୍ରକାରେ ଏକ ମାମଲା ରୁଜୁ କରି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ମୃତଦେହ ଉପରେ ଏକ କପଡା ଘୋଡା ହୋଇ ରହିଥିବାରୁ ଏହା ହତ୍ୟା ନା ଆଉ କିଛି ତାହା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୃତ ଦେହର ପରିଚୟ ମିଳିନଥିବା ବେଳେ ମହିଳା ଜଣଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍ ସୂଚନା ଦେଇଛି ।