ଋଷିକୂଲ୍ୟା ନଦୀରୁ ଅଖାବସ୍ତାରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ୍ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ନିକଟ ଋଷିକୂଲ୍ୟା ନଦୀରୁ ଏକ ବସ୍ତାଭିତରୁ ଜୈନିକ ମହିଳାର ମୃତ୍ୟୁ ଦେହକୁ ଗଞ୍ଜାମ ପୋଲିସ ଉଦ୍ଧାର କରିଥିବା ବେଳେ, ଘଟଣାସ୍ଥଳରୁ ଅତିରିକ୍ତ ଏସପି ଠାକୁର ପାତ୍ର ଅନୁଧ୍ୟାନ କରି ଫେରିଛନ୍ତି। ପ୍ରକାଶଥାଉ କି, ଋଷିକୂଲ୍ୟା ନଦୀରେ ଏକ ବସ୍ତାରେ ମୃତ୍ୟୁ ଦେହ ଭାସୁଥିବା ନେଇ ଗଞ୍ଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାରିଥିଲେ। ଏକ ଚଦର ଘୋଡ଼ାହୋଇ ଏକ ବସ୍ତା ଭିତରେ ପଥର ବନ୍ଧା ହୋଇ ଏକ ଯୁବତୀର ମୃତ ଦେହ ରହିଥିଲା। ଯୁବତୀ ର ଆନୁମାନିକ ବୟସ ୨୫ ହୋଇଥିବା ବେଳେ ସେ ଏକ ରଙ୍ଗ ନାଇଟା ପିନ୍ଧିଥିବା ଦେଖାଯାଉଛି। ତାର ଦେହ ସମ୍ପୁର୍ଣ୍ଣ ପଚିଯାଇଥିବା ବେଳେ ,ତାର ବେକରେ କଳା ଦାଗ ଚିହ୍ନ ରହିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ।କେଶ ନମ୍ବର ୧୪୯/ ୨୧ ରେ ୩୦୨,୨୦୧ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି ଗଂଜାମ ପୋଲିସ। । । ଖବର ପାଇ ଅତିରିକ୍ତ ଏସପି ଠାକୁର ପାତ୍ର ଅନୁଧ୍ୟାନ କରି ଫେରିଛନ୍ତି। ଘଟଣାର ସ୍ଥଳରେ ଛତ୍ରପୁର ଆଇଆସିସି ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଆଇଆଇସି ସିତାଅଂଶୁ ଶେଖର ମାନ୍ଧାତା, ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ