ଓଡ଼ିଶା ମୋଟର ଚାଳକ ସଂଘର ଗଞ୍ଜାମ ଜିଲ୍ଲା କମିଟି ବୈଠକ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ସହର ସ୍ଥିତ ମା ବୁଢ଼ୀଠାକୁରାଣୀ ମନ୍ଦିର ସଭାକ୍ଷ ଠାରେ ଓଡିଶା ମୋଟର ଚାଳକ ସଙ୍ଘର ,ଗଞ୍ଜାମ ଜିଲ୍ଲାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଗଂଜାମ ଶାଖା ସଭାପତି ଏ. ଭୀମ ରେଡି ଓ ସମ୍ପାଦକ ଇମା ଶଙ୍କର ତରାଇଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ସୀମାଞ୍ଚକ ବେହେରା ଓ ସମ୍ପାଦକ ଦେବଦତ୍ତ ଡାକୁଆ ଅତିଥି ରୂପେ ଯୋଗ ଦେଇ ଅଣସଂଘଠିତ ଚାଳକ ମାନଙ୍କ ସାମାଜିକ ସୁରକ୍ଷା ,ଡ୍ରାଇଭର ମାନଙ୍କୁ ଶ୍ରମ ବିଭାଗ ଦ୍ଵାରା ପଞ୍ଜୀକୃତ କରାଯିବା, କଲ୍ୟାଣ ପାଣ୍ଠି ଗଠନ କରାଯିବା, ସାମାଜିକ ସୁରକ୍ଷା, ଗୃହ ନିର୍ମାଣ ସ୍ୱାସ୍ଥ୍ୟ ସୁବିଧା, ପିଲାଛୁଆ ମାନଙ୍କୁ ଶିକ୍ଷା ସୁବିଧା,ପ୍ରମୁଖ ଯୋଗାଇ ଦେବା, ସରକାରଙ୍କ ସମସ୍ତ ଯୋଜନା ଲାଗୁକରାଯିବା, ପାଇଁ ଦାବି କରିବା ସହ ଏହା କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ସମସ୍ତ ଡ୍ରାଇଭର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ଦାସ, ପୁରୁଷୋତ୍ତମ ପ୍ରଧାନ, ଉପେନ୍ଦ୍ର ପାଢ଼ୀ,ସହ ସମ୍ପାଦକ ଜିତେନ୍ଦ୍ର ପଣ୍ଡା, ସଂଘଠନ ସମ୍ପାଦକ ବିଜୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଭାସ୍କର ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।ଏହାକୁ ରବୀନ୍ଦ୍ର କୁମାର ଚୌଧୁରୀ, ଏ .ନାରାୟଣ ରେଡି, ଦିଲ୍ଲୀପ କୁମାର ବାରିକ,ଶବର ଗୌଡ଼, ଦିଲ୍ଲୀପ କୁମାର ମହାରଣା, ପ୍ରମୁଖ ପରିଚାଳନା କରିଥିଲେ।ଏହି ବୈଠକରେ ଭଞ୍ଜନଗର, ସୋରଡ଼ା, ଜଗନ୍ନାଥ ପ୍ରାସାଦ, ବୁଗୁଡା, ଆସିକା, ସେରଗଡ଼, ଦିଗପହଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଗଂଜାମ, ରମ୍ଭା, ଖଲ୍ଲିକୋଟ, ଶାଖାର ପଦାଧିକାରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ