ଋିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ସାମାଜିକ କର୍ମୀ ଶ୍ରୀ ବାସୁଦେବ ଭଟ୍ଟଙ୍କ ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରା ଦ୍ୱିତୀୟ ଥର ପାଇଁ ରିପୋର୍ଟ ମଗାଯାଇଛି । ଜାତୀୟ ମାନବାଧିକାର କମିଶନର କୋର୍ କମିଟି ସଭ୍ୟ ମନୋଜ ଜେନାଙ୍କ ଦ୍ୱାରା ଦାଖଲ କରାଯାଇଥିବା କେସ୍ ଉପରେ ୧୩ ଜୁନ୍ରେ ହୋଇଥିବା ମିଟିଙ୍ଗରେ ଏହା ଆଲୋଚନା କରାଯାଇଥିଲା । ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କମିଶନରେ ଶ୍ରୀ ଜେନା ଦୃଢ ଦାବୀ କରିବା ପରେ ଖଣି ସଚିବ, ଭାରତ ସରକାର, ପୋଲିସ୍ କମିଶନର ଭୁବନେଶ୍ୱରଙ୍କୁ ପୁଣି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୮.୬ ରିଖ ଦିନ ଏହି ନୋଟିସ୍ରେ ପଠାଯାଇଅଛି । ଏହି ପୂର୍ବରୁ ଜାତୀୟ ମାନବାଧିକାର କମିଶନ ସଚିବ, ଭାରତ ସରକାରଓ ପୋଲିସ୍ କମିଶନର, ଭୁବନେଶ୍ୱରକୁ ୧୨.୩.୧୯ ରିଖ ଦିନ ଏକ ନୋଟିସ୍ ଜାରି କରିଥିଲେ । ଯେହେତୁ ୪ ସପ୍ତାହ ପରେ ମଧ୍ୟ ଖଣି ସଚିବ କିମ୍ବା ପୋଲିସ୍ କମିଶନର କୌଣସି ରିପୋର୍ଟ ପଠାଇ ପାରିନଥିଲେ । ଏହା ଉପରେ ପୁନଃ ଅଭିଯୋଗ କରିବା ପରେ ଏହି ନୋଟିସ୍ ଜାରି କରାଯାଇଅଛି । ନାଲ୍କୋରେ ୩୦ କୋଟି ଟଙ୍କାର କଷ୍ଟିକ ସୋଡ଼ାରେ ଟେଣ୍ଡର ଦୁର୍ନୀତିକୁ ନେଇ ·ଲିଥିବା କେସ୍ରେ ନାଲ୍କୋ ଶ୍ରୀ ବାସୁଦେବ ଭଟ୍ଟଙ୍କୁ ଧମକାଇବା ପାଇଁ ଦୁଇଟି ଚିଠି ଦେବା ଫଳରେ ମାନକ ଅଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ଏହାକୁ ନେଇ ଶ୍ରୀ ଭଟ୍ଟ ଅଭିଯୋଗ କରି ଖାରବେଳ ନଗର ଥାନାରେ ଏକ କେସ୍ ମଧ୍ୟ ଦାୟର କରିଛନ୍ତି । ଏହାକୁ ନେଇ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବା ଫଳରେ ଏହା ଏକ ନୂଆ ମୋଡ଼ ନେଇଅଛି । ଏହାକୁ ନେଇ ଏଚ୍ଆରଏଫ୍ ପକ୍ଷରୁ ଗତ ୨୯.୬.୨୦୧୯ରେ ରାଜ୍ୟପାଳଙ୍କ ରାଜଭବନ ସମ୍ମୁଖରେ ଏକ ଧାରଣା ଦେବା ପରେ ଏହା ଲୋକ ଲୋଚନକୁ ଆସିଅଛି । ଏହାର ସିବିଆଇ ତଦନ୍ତ ଦାବି କରିବା ସହ ନାଲ୍କୋ ଅଧ୍ୟକ୍ଷଙ୍କୁ ଗିରଫ ଏବେ ସବୁ ମହଲରେ ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ