ଋିଲିଫ ସାମଗ୍ରୀ ନମିଳିବାରୁ ଜନସାଧାରଣଙ୍କ ପ୍ରତିବାଦ
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ଯାଜପୁର ଜିଲ୍ଳା ବିରୁହା ଗ୍ରାମରେ କିଛି ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇନାହିଁ । ଏହି ଘଟଣାର ପ୍ରତିବାଦ କରି ଲୋକମାନେ ରାମବାଗ ଛତ୍ରପଡା ରାସ୍ତା ଅବରୋଧ କରିଛନ୍ତି । ନନ୍ଦିପୁର ସମବାୟ ବ୍ୟାଙ୍କ ସମ୍ମୁଖରେ ପୋଡାଜଳା କରିଥିବାର ମଧ୍ୟ ସୂଚନା ମିଳିଛି । ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।