ଏଆଇଏସ୍‌ଜିଇଏଫ୍ ର ସର୍ବଭାରତୀୟ ପ୍ରତିବାଦ ଦିବସକୁ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମର୍ଥନ ଜଣାଇ ୧୦ ଦଫା ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ମାନନୀୟ ଅତିରିକ୍ତ ଉପଜିଲ୍ଲାପାଳ, ଭୁବନେଶ୍ୱର, ଖୋର୍ଦ୍ଧାଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଅଛି । ଏହି ପ୍ରତିବାଦ ଦିବସରେ ରାଜଧାନୀ ଶାଖାର ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁଚରଣ ମଲ୍ଲିକ, ଓଡ଼ିଶା ରାଜ୍ୟ ସରକାରୀ ସମନ୍ୱୟ ସମିତିର ଉସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି, ଉପଦେଷ୍ଟା ଶ୍ରୀଯୁକ୍ତ କ୍ଷେତ୍ରମୋହନ ଦାସ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ଅଶୀଳ ବ୍ରହ୍ମ, ଶ୍ରୀଯୁକ୍ତ ଦିନବନ୍ଧୁ ସେଠୀ, ଶ୍ରୀଯୁକ୍ତ ହାଡ଼ିବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଦାବିଗୁଡ଼ିକ ହେଲା- ବର୍ତ୍ତମାନର କେନ୍ଦ୍ର ସରକାର, ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନ୍‌ସନଧାରୀଙ୍କର ୨୦୨୦ ଜାନୁୟାରୀରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ବୃଦ୍ଧି ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ, ବିନା କଟକଣାରେ ସମସ୍ତ ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଏନ୍‌ପିଏସ୍‌କୁ ବାତିଲ କରି ପୁରୁଣା ପେନସନ ପ୍ରଚଳନ କରାଯାଉ, ଶ୍ରମ୍ ଆଇନ୍ ସଂଶୋଧନ ଓ ଶ୍ରମ କୋଡ୍‌କୁ ବାତିଲ୍ , ଘରୋଇକରଣ ବନ୍ଦ କରାଯାଉ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଦାମ ବୃଦ୍ଧି ଓ ବିଦ୍ୟୁତ୍ କର ବୃଦ୍ଧି କନ୍ଦ କରାଯାଉ, ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା ପରିବର୍ତ୍ତେର ୧୨ ଘଣ୍ଟା ବୃଦ୍ଧିକୁ ବାତିଲ୍ କରାଯାଉ, ସର୍ବନିମ୍ନ ଦରମା କେନ୍ଦ୍ର ଅନୁରୂପ ୧୮୦୦୦ ଟଙ୍କା ଲାଗୁ କରିବା ସହ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ ଲାଗୁ କରିବା ଓ ୨୦୧୬ ଜାନୁୟାରୀ ଠାରୁ ସଂଶୋଧିତ ଘରଭଡ଼ା ପ୍ରଦାନ କରିବା । ପ୍ରତିବାଦ ଦିବସରେ ଏହିସବୁ ଦାବିକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ବୋଲି ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ