ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସରେ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ସର୍ବଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଏକ ସାଧାରଣ ସଭା ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ସଭାରେ ଅଧ୍ୟକ୍ଷତା କରିଥିଲେ । ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦୀର୍ଘ ୧୦୪ ବର୍ଷର ଗୌରବମୟ ସଂଗ୍ରାମ ଓ ତ୍ୟାଗର ଇତିହାସ ସଂପର୍କରେ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ । ସମଗ୍ର ଭାରତରେ ଯୁଦ୍ଧ ବିଧ୍ୱସ୍ତ ପାଲେଷ୍ଟାଇନ୍‌ବାସୀଙ୍କୁ ସଂହତି ଓ ମାନବୀୟ ସହାୟତା ପ୍ରଦାନ ପାଇଁ ଅଭିଯାନକୁ ସେ ତାଙ୍କ ବକ୍ତବ୍ୟରେ ଦୃଢ଼ ସମର୍ଥନ ଜଣାଇଥିଲେ । ଏଆଇଟିୟୁସିର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ଜିଲ୍ଲା ଉପସଭାପତି ମାୟାଧର ନାୟକ ଦେଶ ଓ ରାଜ୍ୟ ସରକାର ଶ୍ରମିକ ଶ୍ରେଣୀ ହାସଲ କରିଥିବା ଅଧିକାରୀକୁ ଉଚ୍ଛେଦ ପାଇଁ ଚଳାଇଥିବା ଉଦ୍ୟମ ବିରୁଦ୍ଧରେ ମେହନତୀ ମଣିଷ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିଆଇଟିୟୁ ନେତା ଶ୍ୟାମସୁନ୍ଦର ଜେନା, ଟିୟୁସିସିର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ଗିରି, ପ୍ରତିରକ୍ଷା କର୍ମଚାରୀ ଫେଡେରେସନ୍‌ର ଜାତୀୟ କାର୍ଯ୍ୟକାରୀ ସଭ୍ୟ ଦେବବ୍ରତ ଜେନା ଓ ସମନ୍ୱୟ ସମିତିର ଅଧ୍ୟକ୍ଷ ଜଗଦୀଶ ବାରିକ, ସଂପାଦକ ହରେକୃଷ୍ଣ ଚାନ୍ଦ, ବ୍ୟାଙ୍କ କର୍ମଚାରୀ ନେତା ସୁଦର୍ଶନ ଜେନା, ଅଙ୍ଗନୱାଡ଼ି ସଂଘର ନେତ୍ରୀ ଆରତୀ ଦାସ ମହାପାତ୍ର, ଏଆଇଟିୟୁସିର ଜିଲ୍ଲା କମିଟି ଉପଦେଷ୍ଟା ନିରଞ୍ଜନ ରାଉତ ଓ ଆଇନ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ରିକ୍ସାଚାଳକ ସଂଘ ସଂପାଦକ ସେକ୍ ସଲ୍ଲାଉଦ୍ଦିନ୍‌, ଆଇଏନ୍‌ଟିୟୁସି ଜିଲ୍ଲା ସଂପାଦକ ବିକାଶ ଦାସ ଓ ଉଠାଜଳ ସେଚନ କର୍ମଚାରୀ ସଂଘର ସହ ସଂପାଦକ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଏଆଇଟିୟୁସିର ପ୍ରତିଷ୍ଠା ଦିବସ ଉତ୍ସବକୁ ଶୁଭେଚ୍ଛା ଜଣାଇ ଦେଶର ଶ୍ରମଜୀବୀ ମାନଙ୍କର ସାଂପ୍ରତିକ ଅବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ବେକାରୀ, ଦରଦାମ୍ ବୃଦ୍ଧି ଦେଶବାସୀଙ୍କୁ ଅତିଷ୍ଠ କରିଛି ବୋଲି ମତ ଦେଇଥିଲେ । ସ୍ଥାୟୀ କାମରେ ନିଯୁକ୍ତି, ଅବସର ପରେ ସର୍ବନିମ୍ନ ମାସିକ ନଅହଜାର ଟଙ୍କା ପେନସନ୍‌, ସାମାଜିକ ସୁରକ୍ଷା ଓ ବନ୍ଦ ଶିଳ୍ପାନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବା ଦାବି ସହ ଦେଶରେ ଉଗ୍ର ସାଂପ୍ରଦାୟିକତ ଓ ବିଶ୍ୱରେ ଯୁଦ୍ଧଖୋରମାନଙ୍କ ବିରୁଦ୍ଧରେ ଦେଶପ୍ରେମୀ ମେହନତୀ ଜନଗଣ ଐକ୍ୟବଦ୍ଧ ସ୍ୱର ଉତ୍ତୋଳନ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଡାକ କର୍ମଚାରୀ ନେତା ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ମହାନ୍ତି, ବନ୍ଦନା ବିଶ୍ୱାସ, ଜତିନ୍ ପାତ୍ର, ମନ୍ମଥ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ