ଏଆଇମ୍ଆଇଏମ ର ନେତା ଅସୱଦ୍ଦିନ ଓବେସି ଙ୍କୁ ଗିରଫ ଓ ଦେଶ ସାରା ଏପରି ଉଗ୍ର ଭାଷଣ ଦେଉଥିବା ନେତାଙ୍କୁ ତୁରନ୍ତ ଗିରଫ ଦାବୀ 

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି କରଞ୍ଜିଆ ରେ ବଜରଙ୍ଗ ଦଳ ତରଫରୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମ ରେ ମହାମହିମ ରାଷ୍ଟ୍ରପତି ଙ୍କ ଉଧେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି କିଛି ବର୍ଷ ହେବ ଭାରତରେ ଇସଲାମିକ୍ ଜେହାଦୀ କଟ୍ଟରପନ୍ଥୀ ମାନଙ୍କ କାର୍ଯ୍ୟ କଳାପ ବୃଦ୍ଧି ପାଇବାକୁ ଲାଗିଛି । ଯୋଜନା ପୂର୍ବକ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଉଛି । ସମଗ୍ର ଦେଶରେ ବର୍ଷପ୍ରତିପଦା ଏବଂ ଭଗବାନ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ପଥରବାଜି ସହ ଆକ୍ରମଣ କରାଗଲା । ଯେଉଁଥିପାଇଁ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଲଗାଯିବା ସହ ଉତ୍ତେଜନା ଲାଗିରହିଛି । ହିନ୍ଦୁ ସମାଜର ଧୈର୍ଯ୍ୟ ଓ ସହନଶୀଳା କାରଣରୁ ପରିସ୍ଥିତି ଜଟିଳ ହୋଇନଥିଲା କିନ୍ତୁ ମାତ୍ରେ କେଇଦିନ ପରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ଶୋଭାଯାତ୍ରାରେ ମଧ୍ୟ ପଥରବାଜି ହୋଇଥିଲା । ହିନ୍ଦୁ ସମାଜ ନିଜ ଦେଶରେ ନିଜ ଧାର୍ମିକ ଶୋଭାଯାତ୍ରା ଆୟୋଜିତ କରିବା ସମ୍ଭବ ହେଉନାହିଁ । ହିଜାବ ବିବାଦ ସମୟରେ କର୍ଣ୍ଣାଟକରେ ବଜରଙ୍ଗ ଦଳର କାର‌୍ୟ୍ୟକର୍ତ୍ତା ହର୍ଷଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ସେ ସମୟରେ ମଧ୍ୟ ହିନ୍ଦୁ ମାନଙ୍କ ଉପରେ ଅନେକ ସ୍ଥାନରେ ଆକ୍ରମଣ କରାଯାଇଥିଲା । ଏଆଇମ୍ଆଇଏମ ର ନେତା ଅସୱଦ୍ଦିନ ଓବେସି ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିଭ୍ରାନ୍ତକାରୀ ଓ ସମାଜ ବିଭାଜନକାରୀ ମନ୍ତବ୍ୟ ଦେଇଥିଲେ । ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି କରୁଥିଲା ବେଳେ ଆମଦେଶର ସେକୁଲାରବାଦୀ ନିରବ ଦର୍ଶକ ସାଜିଛନ୍ତି । ପ୍ରତି କଥାରେ ଲୋକତାନ୍ତ୍ର ବିପଦରେ ବୋଲି କହିବୁଲୁଥିବା ରାଜନୈତିକ ଦଳ ଗତ ଦୁଇ ଶୁକ୍ରବାରରେ ଘଟିଥିବା ଘଟଣା ବିଷୟରେ ନିରବ ଦର୍ଶକ ସାଜିଛନ୍ତି । ଏଥିପାଇଁ ଦେଶର ସାମାଜିକ ସଦଭାବ କ୍ଷୁର୍ଣ୍ଣ ହେବା ସହ ଜେହାଦୀ ମାନଙ୍କ ମନୋବଳ ବୃଦ୍ଧି ପାଇଛି । ତୁରନ୍ତ ଏଆଇମ୍ଆଇଏମ ର ନେତା ଅସୱଦ୍ଦିନ ଓବେସି ଙ୍କୁ ଗିରଫ କରାଯାଉ ଓ ଦେଶ ସାରା ଏପରି ଉଗ୍ର ଭାଷଣ ଦେଉଥିବା ନେତାଙ୍କୁ ତୁରନ୍ତ ଗିରଫ କରାଯାଉ । ଇସଲାମିକ୍ ଜେହାଦୀ କଟ୍ଟରତା ସୃଷ୍ଟି କରୁଥିବା ଆତଙ୍କି ସଂଗଠନ ଜମିୟତ୍ ଉଲେମା ଏ ହିନ୍ଦ୍ (ମଦନି) ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ, ତବଲିଗି ଜମାତ ଆଦି ସଂଗଠନ କୁ ତତକ୍ଷଣାତ୍ ପ୍ରତିବନ୍ଧିତ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ