ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟ୍ୟକ୍ଷ ଙ୍କ ଦ୍ୱାରା ଭତ୍ତା ବଣ୍ଟନ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି ଦିବା ୧୧ ଘଟିକା ସମୟରେ କରଞ୍ଜିଆ ଏନଏସି କାର୍ଯ୍ୟାଳୟ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ କରଞ୍ଜିଆ ଏନଏସି ର ସମସ୍ତ ୧୫ ଗୋଟି ୱାର୍ଡରୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ୫୯ ଜଣ ବୃଦ୍ଧ, ଵୃଦ୍ଧା, ବିଧବା ଙ୍କୁ ପ୍ରଥମ ମାସର ଭତ୍ତା ପ୍ରଦାନ କରାଯାଇଛି ।
କରଞ୍ଜିଆ ଏନଏସି ର ଜୁନିଅର ଆସିଷ୍ଟାଣ୍ଟ ରବୀନ୍ଦ୍ର ସିଂ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟ୍ୟକ୍ଷ ସ୍ୱରୂପ କୁମାର ପରିଜା ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । ଦୀର୍ଘ ଏକବର୍ଷ ରୁ ଉର୍ଦ୍ଧ ସମୟ ହେବ ବିଭିନ୍ନ ଯୋଜନା ରେ ଭତ୍ତା ଗୁଡିକ ମଂଜୁର ହୋଇପାରିନଥିବା ଯୋଗୁ ହିତାଧିକାରୀ ମାନେ ବହୁ ଅସୁବିଧାର ସମୁଖୀନ ହେଉଥିଲେ ତେଣୁ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟ୍ୟକ୍ଷ ସ୍ୱରୂପ କୁମାର ପରିଜା ଙ୍କ ଉଦ୍ୟମ କ୍ରମେ ଭତ୍ତା ମଞ୍ଜୁର ହୋଇ ଆଜି ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଛି ।


