ଏକତା ଓ ପ୍ରେମର ବାର୍ତ୍ତା ଦେଲେ ଭଞ୍ଜନଗର ଅଞ୍ଚଳବାସୀ ସମ୍ମାନିତ ହେଲେ କୋରନା ଯୋଦ୍ଧା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶା ମାଟିରେ ଥିବା ଓଡ଼ିଆ , ଭାରତ ବର୍ଷରେ ଥିବା ଓଡ଼ିଆ ଓ ବିଦେଶରେ ଥିବା ସମସ୍ତ ଓଡ଼ିଆଙ୍କୁ ପୁଣି ଥରେ ଏକତା ଓ ପ୍ରେମ ବନ୍ଧନରେ ବାନ୍ଧିବା ପାଇଁ ଆଜି ଅପରାହ୍ନ ୫.୩୦ ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଓଡ଼ିଶା ଇତିହାସ ରେ ଏକ ମାଇଲଖୁଣ୍ଟ ହୋଇ ସବୁ ଦିନ ପାଇଁ ରହିଯିବ। ଆଜି ଅପରାହ୍ନ ୫.୩୦ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଭଞ୍ଜନଗର ଅଂଚଳର ସବୁଠି ଅନୁଷ୍ଠିତ ହୋଇଯାଇଛି। ଜାତି,ଧର୍ମ,ବର୍ଣ ଓ ରାଜନୈତିକ ଦଳରୁ ଉର୍ଦ୍ଧ୍ବରେ ରହି ପ୍ରତିଟି ଓଡ଼ିଆ ଜାତି ଓ ଓଡ଼ିଆ ପ୍ରାଣ ରେ ଦେଶ ପ୍ରେମ ଓ ମାଟି ମମତାର ବାର୍ତ୍ତା ଜାଗରଣ ପାଇଁ ସୁନ୍ଦର ପ୍ରୟାସ କରି ଆଜି ଭଞ୍ଜନଗର ଅଞ୍ଚଳବାସୀ ପାଳନ କରିଛନ୍ତି। ପୁରଠୁ ପଲି ସବୁଠି ସାମାଜିକ ଦୂରତ୍ୱ ରକ୍ଷା କରି ଅନୁଷ୍ଠିତ ହୋଇଯାଇଛି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ । ଭଞ୍ଜନଗର ସହରର ବ୍ଳକ ଛକ,ନୂତନ ବସଷ୍ଟାଣ୍ଡ ଓ ମୁଖ୍ୟ ରାସ୍ତା ଉପରେ ଅନୁଷ୍ଠିତ ହୋଇଯାଇଛି ଏହି ମହାନ କାର୍ଯ୍ୟକ୍ରମ l ପୋଲିସ ଓ ଘରୋଇ ବସ ମାଲିକ ସଙ୍ଘ ତରଫରୁ ନୂତନ ବସ ଷ୍ଟାଣ୍ଡ ଠାରେ ହୋଇଥିବା କାର୍ଯ୍ୟକ୍ରମ ରେ ସରକାରଙ୍କ କୋରନା ମୁକାବିଲାର ସଫଳତା ଓ କୋରନା ଯୋଦ୍ଧା ରୂପେ ପରିଚିତ ପୋଲିସ , ସଫେଇ କର୍ମଚାରୀ ,ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଏହି ମହାମାରୀ ସମୟରେ କାର୍ଯ୍ୟଧାରା କୁ ପ୍ରଶଂସା କରାଯାଇଛି। ଏଥି ସହିତ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ପୋଲିସ, ପ୍ରଶାସନିକ ଅଧିକାରୀ , ସାମ୍ବାଦିକ ମାନଙ୍କୁ ,ଘରୋଇ ବସ ମାଲିକ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର ସମସ୍ତଙ୍କୁ ଉପଢଉକନ ଓ ପୁଷ୍ପମାଲ୍ୟ ଦେଇ କୋରନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ। ଏହି କାଯ୍ୟକର୍ମ ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ, ଶେଖର ମିଶ୍ର,ଉପଖଣ୍ଡ ମେଡିକାଲ ଅଧିକ୍ଷକ ଏସ ଏସ ଶତପଥୀ , ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ଏବିଡ଼ିଓ ଭଜରାମ, ବିଶ୍ୱାଳ ଙ୍କ ସମେତ ଉପେନ୍ଦ୍ର ଭଞ୍ଜ ଅଟୋ ମାଲିକ ସଙ୍ଘର ସମସ୍ତ, ସଦସ୍ୟ,ଆଶକର୍ମୀ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ଓ ଭଞ୍ଜନଗର ଅଂଚଳ ସମସ୍ତ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ଳକ କାଯ୍ୟାଳୟ ସମ୍ମୁଖରେ ବିଡ଼ିଓ ଅନିଲ କୁମାର ସେଠୀ,ବ୍ଳକ ଉପାଦକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ଓ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଭଞ୍ଜନଗର ଅଂଚଳର ସାନକୋଦଣ୍ଡା ଗ୍ରାମ ପଂଚାୟତ ସମ୍ମୁଖରେ ସରପଂଚ ସୁକାନ୍ତି ପ୍ରଧାନ ଓ ସମସ୍ତ ଅଙ୍ଗନାବାଡି କର୍ମୀ ମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ସେହିପରି ସମସ୍ତ ସଂଘରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି। ଅଂଚଳର ସମସ୍ତ ଶିକ୍ଷକ , ନୋଡାଲ ଅଫିସର, ସରପଞ୍ଚ ମାନେ ଉପସ୍ଥିତ ଥିଲେ l