କୁକୁଡାଖଣ୍ଡି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ରେ ସମସ୍ତ କର୍ମଚାରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ
କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କୁକୁଡାଖଣ୍ଡି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ରେ ସମସ୍ତ କର୍ମଚାରୀ ମାନେ ୫.୩୦ ମିନିଟ ରେ କରୋନା ଯୋଦ୍ଧା ଙ୍କ ଉଦ୍ୟେଶ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ.. ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତି ଙ୍କ ତତ୍ୱାବଧାନ ରେ ଏହା ଗାନ କରିଥିଲେ. ଆମ ରାଷ୍ଟ୍ର ଏକ ଓ ଆମେ ଏକ ବୋଲି ନାରା ରେ ଅଂଚଳ ପ୍ରକମ୍ପିତ ହୋଇଥିଲା Iକର୍ମଚାରୀ ସମସ୍ତେ ମହାମାରୀ ଯୋଦ୍ଧାଙ୍କୁ ଗୀତ ଗାଈ ଉଚ୍ଛାହିତ କରିଥିଲେ I କୁକୁଡାଖଣ୍ଡି ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ଏବଂ ବ୍ଲକ କର୍ମଚାରୀ ସମେତ ପ୍ରତି ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କ ସହ ପ୍ରବାସୀ ମାନେ ମଧ୍ୟ ଗାନ କରିଥିଲେ I ଏହି ଯୁଦ୍ଧ ବହୁତ ଲମ୍ବା ଏହି ଭଳି କାର୍ଯ୍ୟକ୍ରମ ଆଗଧାଡିର କୋରନା ଯୋଦ୍ଧାଙ୍କ ମନବଳ ବଢ଼େଇବ ବୋଲି ତହସିଲଦାର ଶ୍ରୀମତୀ ମିଶ୍ର କହିଛନ୍ତି I


