ଏକାଦଶ ପାଶ ନକଲେ ଦ୍ୱାଦଶ ମନା

ଭୁବନେଶ୍ୱର : ଯୁକ୍ତ୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀକୁ ଯିବାକୁ ହେଲେ ଏକାଦଶ ଶ୍ରେଣୀ ପାସ୍ କରିବା ନିହାତି ଆବଶ୍ୟକ । ଯଦି କୌଣସି ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ୱାଦଶ ଶ୍ରେଣୀକୁ ଯାଇପାରିବେ ନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏଭଳି ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା । ମାତ୍ର କେତେକ କଲେଜ ତାହାକୁ ପାଳନ କରୁ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜରକୁ ଆସିଛି । ତେଣୁ ଚଳିତ ଶିକ୍ଷାବର୍ଷରୁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି ।
ସୂଚନା ଅନୁଯାୟୀ ମାର୍ଚ୍ଚ ୩ରୁ ଯୁକ୍ତ୨ ଦ୍ୱିତୀୟ ବର୍ଷର ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ତା’ପୂର୍ବରୁ ଅର୍ଥାତ୍ ଫେବ୍ରୁଆରି ତୃତୀୟ ସପ୍ତାହ ବେଳକୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ । କଲେଜଗୁଡ଼ିକ ନିଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରାଇବେ । ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହୋଇପାରିବେ ନାହିଁ । ଆସନ୍ତାବର୍ଷକୁ ପୁଣିଥରେ ଏକାଦଶ ଶ୍ରେଣୀରେ ପରୀକ୍ଷା ଦେବାକୁ ପଡିବ । ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା କରିବାକୁ ଯୋଜନା ହୋଇଥିଲା । ତେବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ବିଭ୍ରାଟ ପରେ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତିରୁ ଓହରିଛି । ପୂର୍ବଭଳି କଲେଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ