ଏକାମ୍ର କ୍ଷେତ୍ର ସମ୍ପର୍କରେ ନିୟମିତ ପ୍ରକାଶନ ଦାବି କଲେ ସାମାଜିକ କର୍ମୀ

ଭୁବନେଶ୍ୱର, ୧୯.୪ : ହଜାର ହଜାର ବର୍ଷର ପରମ୍ପରା ହଜିଯିବାକୁ ଲାଗିଛି । ଅଲୋଡ଼ା ଅଖୋଜା  ହୋଇ ରହିଛି ବହୁ ପ୍ରାଚୀନ ଐତିହ୍ୟରାଜି । ବର୍ତ୍ତମାନର ଯୁବପୀଢିଙ୍କ ନିକଟରେ ତଥ୍ୟ ଓ ସୂଚନା ନିର୍ଭୁଲ୍ ଭାବରେ                         ପହଞ୍ଚବାର ରାସ୍ତା ନଥିବାରୁ ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଇତିହାସର ଅଳନ୍ଦୁ ଭିତରୁ ବାହାରକୁ ଆସି ।ରୁନି ।
ଲିଙ୍ଗରାଜ ମନ୍ଦିରର ରୀତିନୀତି ସହିତ ଏହାକୁ ଘେରି ରହିଥିବା ସ୍ଥାନ ଓ ସେମାନଙ୍କର ବୈଶିଷ୍ଟ୍ୟତାକୁ ନେଇ
ନିୟମିତ ଗବେଷଣା ଓ ମାସିକ ପ୍ରକାଶନ ଜରିଆରେ ପ୍ର·ର ପ୍ରସାର କରାଯିବା ପାଇଁ ସାମାଜିକ କର୍ମୀ ସୁଶାନ୍ତ
ସାହୁ ମନ୍ଦିର ପ୍ରଶାସନ ନିକଟରେ ପ୍ରସ୍ତାବ ଦେଇଛନ୍ତି ।
ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ନିର୍ମାଣର ପଟ୍ଟକଥା, ରୁକୁଣା ରଥଯାତ୍ରା ପରମ୍ପରା, ମହାଶିବରାତ୍ରି, ଶୀତଳ
ଷଷ୍ଠୀ ଯାତ୍ରା, ମହାପ୍ରଭୁଙ୍କ ନୀତିକାନ୍ତି, ଭୋଗ, ଆନନ୍ଦ ବଜାର, ମରିଚି କୁଣ୍ଡ ଜଳର ମହାତ୍ମ୍ୟ, ବିନ୍ଦୁ ସାଗର
ଐତିହ୍ୟ, ତୀର୍ଥ ପୁଷ୍ପରିଣୀର ବିଶେଷତ୍ୱ, କପିଳଶ୍ୱରଦେବଙ୍କ ସହ ଲିଙ୍ଗରାଜ ମନ୍ଦିରର ସମ୍ପର୍କ ଓ ମହିମା କ୍ରମଶଃ
ଲୋକମୁଖରୁ ହଜିବାକୁ ଲାଗୁଛି । ଏସବୁର ଗବେଷଣା ଓ ପ୍ର·ର ପ୍ରସାର ହେଲେ ମନ୍ଦିରର ସଂରକ୍ଷଣ ଓ ଐତିହ୍ୟ
ବଞ୍ôଚରହିବ । ସରକାର ମନ୍ଦିରର ଗବେଷଣା ଓ ଏ ସମ୍ପର୍କିତ ତଥ୍ୟାବଳୀକୁ ନେଇ ଏକ ୱେବ୍ ପୋର୍ଟାଲର ପରି·ଳନା
କରିବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ
କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରି ହେଲେ ସଂସ୍କୃତି ବଞ୍ôଚବ ଓ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ
ହୋଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ