ଏକ୍ସପ୍ଲସ-୨୦୦ର ଏକ୍ସ-ଟ୍ରାକ୍ ପ୍ରଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ହିରୋ ମୋଟୋ କର୍ପ ଲିଃ. ବିଶ୍ୱର ବୃହତମ ଦୁଇ ଚକିଆ ଯାନ ନିର୍ମାତା ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଶକ୍ତିଶାଳୀ ୨୦୦ସିସି ମୋଟର ସାଇକେଲ ନୂଆ ଏକ୍ସପ୍ଲସ୍-୨୦୦ର ଏକ୍ସ୍-ଟ୍ରାକ୍ ପ୍ରଦର୍ଶନ କରାଯାଇଛି । ଏହାକୁ ଚଳାଇବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ବିଶେଷ ଗାଡ଼ି ଚଳାଇବାର ଆନନ୍ଦ ନେଇଛନ୍ତି । ଚାଳକମାନଙ୍କୁ ଏହି ଅବସରରେ ସୁରକ୍ଷିତ ଗାଡ଼ି ଚାଳନା ନେଇ ସଚେତନ ମଧ୍ୟ କରାଯାଇଛି । ଦିଲ୍ଲୀ ପରେ ଚେନ୍ନାଇ ଦେଶର ପ୍ରମୁୂଖ ସହର ହୋଇଥିବାରୁ ଏଠାରେ ହିରୋ ମୋଟୋ କର୍ପ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ବାଇକ୍ ଚାଳକ ଯୋଗଦେଇଥିଲେ । ଚେନ୍ନାଇ ପରେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁ, କୋଚି ଏବଂ ପୁଣେରେ ଆୟୋଜିତ ହେବ । ଏକ୍ସ୍ରପ୍ଲସ୍-୨୦୦ରେ ୨୦୦ ସିସି ଇଞ୍ଜିନ୍, ସିଭି କାର୍ବୋରେଟର ଏବଂ ଫୁଏଲ୍ ଇଞ୍ଜେକସନ୍, ବିଏସ୍-୪ ଯୋଗ୍ୟତା, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍, ୧୭.୧ ଏନ୍ଏମ୍ ଟର୍କ ବୈଶିଷ୍ଟ୍ୟ ରହିଛି । ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ । ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ, ୟୁଏସବି ଚାର୍ଜର ସୁବିଧା ରହିଛି । ଏଥିରେ ଲମ୍ବା ସିଟ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୧ ଇଂଚ ଏମ୍ଏମ୍ ସମ୍ମୁଖ ଡିସ୍କ୍, ୧୮ ଏମ୍ ଏମ୍ ପଛ ଡିସ୍କ୍, ଏବିସି ସିଷ୍ଟମ୍, ୧୦-ଷ୍ଟେପ୍ ମନୋସକ୍ ସସ୍ପେନସନ୍, ଛଉଡା ଟାୟାର ରହିଛି ।ଏହା ମାଟେ ଗ୍ରୀନ୍, ପର୍ଲ ଫେଡ୍ ଲେସ୍ ହ୍ୱାଇଟ୍ ଏବଂ ମାଟେ ଆକ୍ସିସ୍ ଗ୍ରେ ଆଦି ୩ଟି ରଙ୍ଗରେ ଉପଲବ୍ଧ ହେବ । ସେହିପରି ଏହାର କାର୍ବୋରେଟର ଭ୍ୟାରିଆଂଟ୍ ସ୍ପୋର୍ଟସ୍ ରେଡ୍ ଏବଂ ବ୍ଲାକ୍ ଆଦି ୨ଟି ରଙ୍ଗରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ