ଦୁଇ-ଚକିଆ କିଣିବା ପାଇଁ ଏହା ହିଁ ଠିକ ସମୟ !
ଏପ୍ରିଲ ୧, ରୁ ନୂତନ ବିଏସ-ଭିଆଇ ଉତ୍ସର୍ଜନ ମାନଦଣ୍ଡକୁ ସଂପୂର୍ଣ୍ଣ ପରିବର୍ତନ ହେବା ପାଇଁ ଘରୋଇ ଦୁଇ-ଚକିଆ ଉଦ୍ୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କର ବିଏସ-ଭିଆଇ ଯାନ ର ଇନଭେଂଟ୍ରି ଶେଷକରିବା ପାଇଁ ନିର୍ମାତାମାନେ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
ନିକଟରେ ଅନେକ ଦୁଇ-ଚକିଆ ବିନିର୍ମାତା ବିଏସ-ଭିଆଇ ଅନୁପାଳନ କରୁଥିବା ଉତ୍ପାଦ ଲଂଚ କରିଛନ୍ତି ଏବଂ ସେହି ଉତ୍ପାଦ ଗୁଡିକର ଦାମ ସେମାନଙ୍କର ବିଏସ-ଭିଆଇ ଭିନ୍ନତା ଠାରୁ ୧୨-୧୫% ଉଚ୍ଚତର ଅଟେ । ତେଣୁ ୫୦,୦୦୦ ଟଙ୍କା ମୂଲ୍ୟର ମଟରସାଇକେଲ କିମ୍ବା ସ୍କୁଟରର ଦାମ ପାଖାପାଖି ୭୦୦୦-୮୦୦୦ ଟଙ୍କା ବୃଦ୍ଧି ପାଇବ ଏବଂ ୧୦୦,୦୦୦ ଟଙ୍କା ପଡୁଥିବା ଯାନରେ ୧୨୦୦୦-୧୫୦୦୦ ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି ପାଇବ । ତେଣୁ ବର୍ତମାନ ସେମାନଙ୍କର ମଟରସାଇକେଲ ଏବଂ ସ୍କୁଟର କିଣି କ୍ରୟମୂଲ୍ୟ ଉପରେ ୧୨-୧୫% ସଂଚୟ କରିବାକୁ ଗ୍ରାହକମାନଙ୍କ ପାଇଁ ଭଲ ସମୟ ଆସିଛି । ଉଦାହରଣ ସ୍ୱରୁପ, ହିରୋ ମୋଟୋକର୍ପ, ଦେଶର ବୃହତମ ଦୁଇ-ଚକିଆ ବିନିର୍ମାତା ଦୁଇଟି ବିଏସ-ଭିଆଇ ଅନୁପାଳିତ ମଟରସାଇକେଲ ଯଥା ଆଇ-ସ୍ମାର୍ଟ ଏବଂ ଏଚଏଫ ଡିଲକ୍ସ ବର୍ତମାନ ସୁଦ୍ଧା ଲଂଚ କରିସାରିଛି । ଏଚଏଫ ଡିଲକ୍ସ ବିଏସ-ଭିଆଇ ର ବର୍ତମାନ ଦାମ ୫୫,୯୨୫ ଟଙ୍କା ଅଟେ (ଏକ-ଶୋରୁମ ଦିଲ୍ଲୀ) । ତେଣୁ ଆଜି ଜଣେ ଗ୍ରାହକ ଏହି ମଟରସାଇକେଲ ର ବିଏସ-ଭିଆଇ ସଂସ୍କରଣ କିଣେ ତେବେ ସେ ଚାଲିଥିବା ରିହାତି ସହିତ ପାଖାପାଖି ୧୦,୦୦୦ ଟଙ୍କା ସଂଚୟ କରିପାରିବ । ତେଣୁ ଆଜି ଏକ ବିଏସ-ଭିଆଇ କିଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ-ଲାଭ ଅଛି । ନୂତନ ବିଏସ-ଭିଆଇ ମଡେଲର ଉଚ୍ଚତର ମୂଲ୍ୟ ରେଞ୍ଜ ଯୋଗୁଁ ପରେ ବିଏସ-ଭିଆଇ ଦୁଇ-ଚକିଆ ପାଇଁ ଏକ ଉଚ୍ଚତର ପୁନ-ବିକ୍ରି ମୂଲ୍ୟ ମଧ୍ୟ ନିରନ୍ତର ଲାଭରେ ସାମିଲ ହେବ । ହିରୋ ମୋଟୋକର୍ପ ଭଳି ବିନିର୍ମାତା ବିଏସ-ଭିଆଇ ଇନଭେନଟରୀ ଉତ୍ପାଦନ ମଧ୍ୟ ଶୀଘ୍ର ବନ୍ଦ କରିବାକୁ ଯାଉଛନ୍ତି ଯାଦ୍ୱାରା ବିଏସ-ଭିଆଇ ଦୁଇ-ଚକିଆର ଷ୍ଟକ ଅତ୍ୟନ୍ତ ସଙ୍କୁଚିତ ଦେବାକୁ ଯାଉଛି । ଇନଭେନଟରୀ ସରିବା ପର୍ଯ୍ୟନ୍ତ ଏହି ଦୁଇ-ଚକିଆ ଗୁଡିକ ଆକର୍ଷକ ଅଫର ରେ ବିକ୍ରିହେବ ।