ଏକ ମାସ ମଧ୍ୟରେ ୧୨ ଓଡ଼ିଆ ଶ୍ରମିକ ମୃତ

ବୁଗୁଡା,( ଅନିଲ କୁମାର ମହାରଣା): ସୁରାଟରେ ବିଭିନ୍ନ ଫ୍ୟାକ୍ଟେରୀ ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଏକ ମାସ ମଧ୍ୟରେ ୧୨ ଜଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୌଣସି କ୍ଷତିପୂରଣ ଦେଉନଥିବା ଯୋଗୁଁ ସେହି ଶ୍ରମିକଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି। ବାରମ୍ବାର ସଚେତନ କଲେ ମଧ୍ୟ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଫ୍ୟାକ୍ଟେରୀ ସହ କୌଣସି ଚୁକ୍ତିବଦ୍ଧ ନହୋଇ କାର୍ଯ୍ୟ କରିବା ଯୋଗୁଁ ସେମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ବା ଅଙ୍ଗ ହରାଇଲେ ଫ୍ୟାକ୍ଟେରୀ ମାଲିକମାନେ କୌଣସି ପ୍ରକାର ସାହାଯ୍ୟ କରୁ ନଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ପ୍ରୋଭିଡେଣ୍ଟ ଫଣ୍ଡ, ବୀମା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ କରିବାକୁ ଫ୍ୟାକ୍ଟେରୀ ମାଲିକ ସହ ଚୁକ୍ତିନାମା କରି କାର୍ଯ୍ୟରେ ଯୋଗ ଦେବାକୁ ଓଡ଼ିଆ ଶ୍ରମିକ ମାନଙ୍କୁ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଥିଲେ ମଧ୍ୟ ମାଲିକ ମାନଙ୍କ ଦଲାଲଙ୍କ ମୌଖିକ ପ୍ରତିଶ୍ରୁତିରେ କାର୍ଯ୍ୟରେ ଯୋଗଦେବା ଯୋଗୁଁ ଶ୍ରମିକମାନେ ବିଭିନ୍ନ ଅସୁବିଧାରେ ପଡୁଥିବା ଦେଖାଦେଇଛି। ସେଥିପାଇଁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ଓ ଗୁଜରାଟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇଁ ପ୍ରଥମ ବର୍ଷ ତିନି ଶହ ଓ ପରବର୍ତ୍ତୀ ବର୍ଷ ମାନଙ୍କରେ ଦୁଇଶହ ଟଙ୍କା ପ୍ରିମୀୟମରେ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ କୌଣସି କ୍ଷେତ୍ରରେ ଶ୍ରମିକମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କାର ବିମାରାଶି ମିଳିବା ସହ କୌଣସି ଅଙ୍ଗ ହରାଇଲେ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ପାଇଁ ବ୍ୟବସ୍ଥା ଥିବା ଯୋଗୁଁ ସମସ୍ତ ଶ୍ରମିକ ଏହି ବିମାଭୁକ୍ତ ହେବାକୁ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏଥିସହ ଶ୍ରୀ ସାହୁ ଓଡ଼ିଶାର ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ପାଞ୍ଚାୟତରୁ ସୁରାଟକୁ କାର୍ଯ୍ୟ କରିବାକୁ ଆସିଥିବା ଶ୍ରମିକମାନଙ୍କୁ ଏହି ବିମାର ସୁଯୋଗ ନେବାକୁ ସଚେତନତା କରାଇଲେ କୌଣସି ପ୍ରକାର ଅସୁବିଧା ଯୋଗୁଁ ସେମାନଙ୍କ ପରିବାର ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ