ବିରଳ ଗାଁ : ଏଠାରେ ଚଳେନି ଭାରତ ସରକାରଙ୍କ ଆଇନ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ । ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା । ଗାଁରେ ନିଜର ସଂସଦ ରହିଛି । ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି ହେଉଛି ନିମ୍ନାଙ୍ଗ । ଗାଁଲୋକେ ନିଜକୁ ଗ୍ରୀକ୍ ବୀର ଆଲେକଜାଣ୍ଡରଙ୍କ ବଂଶଧର ବୋଲି କୁହନ୍ତି । ଏଠାକାର ଆଇନ ବ୍ୟବସ୍ଥା ପୁରାତନ ଏଥେନ୍ସ ସହିତ ମେଳ ଖାଇଥାଏ । କିଛି ଗ୍ରୀକ୍ ସୈନ୍ୟ ଏଠାରେ ରହିଯାଇଥିବା କୁହାଯାଏ । ପରେ ତାଙ୍କର ବଂଶ ଧୀରେ ଧୀରେ ବଢ଼ିଥିଲା । ଏବେ ଗାଁରେ ୧୨୫ ପରିବାର ବାସ କରୁଛନ୍ତି । ଗାଁର ଜନସଂଖ୍ୟା ୧୨ଶହ ରହିଛି । ବାହାର କୌଣସି ଲୋକଙ୍କ ସହିତ ଗାଁ ଲୋକେ ସମ୍ପର୍କ ରଖିବାକୁ ପସନ୍ଦ କରି ନ ଥାନ୍ତି । ଗାଁ ଲୋକେ କନାସା ନାମକ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ଏହି ଭାଷା କୌଣସି ଭାରତୀୟ ଭାଷା ସହିତ ମେଳ ଖାଇ ନ ଥାଏ । ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି । ତେବେ ସେମାନେ ଏଠାକାର କୌଣସି ଦ୍ରବ୍ୟ ଛୁଇଁବାକୁ ମନା କରାଯାଇଥାଏ । ଗାଁର ବହୁସ୍ଥାନରେ ଏନେଇ ସୂଚନା ବୋର୍ଡ ଲଗାଯାଇଥାଏ । ଯଦି କେହି ପର୍ଯ୍ୟଟକ ଗାଁର କୌଣସି ଦ୍ରବ୍ୟକୁ ଛୁଅଁନ୍ତି ତେବେ ସେଥିଲାଗି ୧ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ