ଏଣିକି ପାସ୍ପୋର୍ଟରେ ପଦ୍ମ ଚିଦ୍ନ ରହିବ
ନୂଆଦିଲ୍ଲୀ – ଏଣିକି ନୂତନ ପାସ୍ପୋର୍ଟରେ ମୁଦ୍ରିତ ପଦ୍ମ ସଙ୍କେତ ରହିବ ବୋଲି ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନାଦେଇଛି । ପର୍ଯ୍ୟ।ୟ କ୍ରମେ ଜାତୀୟ ସଙ୍କେତଗୁଡ଼ିକ ମଧ୍ୟ ଏଥିରେ ବ୍ୟବହାର କରାଯିବ ପାସ୍ପୋର୍ଟରେ ପଦ୍ମ ଚିହ୍ନ ରହିବା ନେଇ ସଂସଦରେ ବିରେଧୀ ଦଳ ଗୁଡିକ ପ୍ରତିବାଦ କରିଥିଲେ । ଏହା ଉପରେ ବିବୃତି ରଖି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି: ପଦ୍ମ ଆମର ଜାତୀୟ ଫୁଲ ଏବଂ ଜାଲ୍ ପାସ୍ପୋର୍ଟ ଚିହ୍ନଟ କରିବା ନିମନ୍ତେ ପରିବର୍ଦ୍ଧିତ ନିରାପତ୍ତା ବୈଶିଷ୍ଟ୍ୟର ଅଂଶବିଶେଷ। ତାସହ ଇଣ୍ଟର୍ନ୍ୟାସ୍ନାଲ୍ ସିଭିଲ୍ ଏଭିଏସନ୍ ଅର୍ଗାନାଇଜେସନ୍ ଗାଇଡ୍ଲାଇନ୍ ଅଂଶବିଶେଷ ଭାବେ ଏହି ନିରାପତ୍ତା ବୈଶିଷ୍ଟ୍ୟଗୁଡ଼ିକୁ ପ୍ରୟୋଗ କରାଯାଇଛି।