ଏଥର କ୍ବାରେଣ୍ଟାଇନରେ ପାଳନ ହେବ ସାବିତ୍ରୀ ବ୍ରତ
କୁକୁଡାଖଣ୍ଡି (ଓ୍ବାଇଏନ୍ଏସ୍) : କୋଭିଟ ନିମନ୍ତେ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି ପ୍ରବାସୀ ଓଡିଆ ମାନେ।ଗୁରବାର ଓଡିଆ ସଂସ୍କୃତିର ସାବିତ୍ରୀ ପରବ।କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ମହିଳା ମାନେ କିପରି ଏହାକୁ ବଜାୟ ରଖିବା ପାଇଁ ସେଥିପାଇଁ ଆଗେଇ ଆସିଛନ୍ତି ଜଣେ ମହିଳା ସରପଞ।ଦଷିଣପୁର ସରପଞ ବିଷ୍ନୁପ୍ରିୟା ପାତ୍ର ନିଜସ୍ବ ଉଦ୍ୟମରେ ଦଷିଣପୁର କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ୨ଜଣ ମହିଳାକଂ ପାଇଁ ଶାଢୀ ଏବଂ ପୂଜା ସାମଗ୍ରୀ ଆଣିଛନ୍ତି।ସେମାନେ କିପରି ସୁରୁଖୁରୁରେ ସାମାଜିକ ଦୂରତା ବଜାୟ ରଖିପୂଜା କରିବେ ସେନେଇ ବିଶେଷ ପ୍ରସ୍ତୁତି ମଧ୍ୟ କରିଛନ୍ତି।ଜଣେ ମହିଳା ସରପଞ କଂ ଉଦ୍ୟମକୁ ଦେଖି ବ୍ଲକ ପ୍ରଶାସନ ମଧ୍ୟ ବିଭିନ୍ନ କ୍ବାରେଣ୍ଟାଇନରେ ରହୁଥିବା ମହିଳା ମାନେ ଯେପରି ସାବିତ୍ରୀ ପୂଜା କରିପାରିବେ ସେନେଇ ସମସ୍ତ ସରପଞ ମାନକୁଂ ମଧ୍ୟ ସୂଚନା ଦେଇଥିବା ବିଡିଓ ଗଦାଧରପାତ୍ର ସୂଚନା ଦେଇଛନ୍ତି।


