ସରକାରୀ ସୁବିଧାରୁ ବଞ୍ଚିତ ଆୟୁଷ ଡାକ୍ତର
କୋଦଳା (ଗୁଲସନ କୁମାର କର) : ଗଞ୍ଜାମ ଜିଲ୍ଲାର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଆୟୁଷ ଡାକ୍ତର, ପୁରୀ ଜିଲ୍ଲା ପାଇଁ ଯେଉଁ କାର୍ୟ୍ୟ କରିଥିଲେ, ତାହାର ଦୌନିକ ଭତ୍ତା ଆଜି ଯାଏ ପାଇ ନାହାନ୍ତି। ସୂଚନା ଯୋଗ୍ୟ ଯେ ଫନିର ତାଣ୍ଡବଲୀଳା ପରେ,ପୁରୀ ଜିଲ୍ଲାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ, ଗଞ୍ଜାମ ଜିଲ୍ଲା ରେ କାର୍ୟ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମର ୩୨ ଆୟୁଷ ଡାକ୍ତର ଙ୍କୁ , ୧୬ ଜଣ ଲେଖାଏଁ ଦୁଇଟି ପର୍ୟ୍ୟାୟରେ, ପୁରୀ ଜିଲ୍ଲା ର ଚିଲ୍ଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଏହାକୁ ଗଞାମ ଜିଲ୍ଲାର ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ, ସମସ୍ତ ଡାକ୍ତରଙ୍କୁ ଚିଠି କରି ପଠାଇଥିଲେ, ଏବଂ ଉକ୍ତ ଚିଠିରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଏହି ଡାକ୍ତର ମାନଙ୍କର ରହିବା, ଖାଇବା, ଦୌନିକ ଭତ୍ତା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିଲ୍ଲିକା ନୂଆପଡା ତରଫରୁ ମିଳିବ । କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଦୈନିକ ଭତ୍ତା କଣ, ଏମାନଙ୍କର ରହିବା, ଖାଇବା ବ୍ୟବସ୍ଥା ବି ଚିଲ୍ଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କତୃପକ୍ଷ ବୁଝିବାରେ ଅସଫଳ ହୋଇଥିଲେ । ଫଳରେ ଚିଲ୍ଲିକା ନୂଆପଡା ପରି ବିଚ୍ଛିନ୍ନା ଅଞ୍ଚଳରେ ଏମାନେ ଖାଇବାକୁ ନପାଇ ଡହଳବିକଳ ହେଉଥିଲେ, ଏବଂ ନିଜର କାର୍ୟ୍ୟ ସାରି, ମେଡିକାଲର ବାରଣ୍ଡାରେ ରାତ୍ରି ଯାପନ କରୁଥିଲେ, ଯେଉଁ ଠାରେ ବିଷଧର ସାପ ଏବଂ ବୁଲା କୁକୁରଙ୍କର ପ୍ରାଦୁର୍ଭାବ ଅଧିକ ଥିଲା ପରେ ଏ ବିଷୟରେ, ଏହି ଡାକ୍ତର ମାନେ, ପୁରୀ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ, ଆଜି ଯାଏ କୌଣସି ପ୍ରକାରର ସୁଫଳ ମିଳିନାହିଁ । କେବଳ ଗଞାମ ଜିଲ୍ଲା ତତ୍ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ, ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକାଙ୍କୁ, ଏ ବିଷୟରେ ରେ ଚିଠି ଲେଖିଥିଲେ ମଧ୍ୟ, କିଛି ସୁଫଳ ମିଳିନାହିଁ । ବର୍ତ୍ତମାନ ଏହି ୩୨ ଜଣ ଡାକ୍ତର ପାଇବାକୁ ଥିବା ଲକ୍ଷାଧିକ ଟଙ୍କା(ଦୈନିକ ଭତ୍ତା), ତାଙ୍କୁ ମିଳିବ କି ନାହିଁ, ସେ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି, ଷ୍ଟେଟ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଆୟୁଷ ଡାକ୍ତର ସଂଘ ,ଗଞ୍ଜାମ ଶାଖାର ସଂପାଦକ ଡା ଜୟଦେବ ନାୟକଙ୍କ ସହ ସ୍ରଦା ଓଡିଶା ରାଜ୍ୟ ସଂପାଦକ ଡା ରବିନ୍ଦ୍ର ସେଠୀ, ଏବଂ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଛନ୍ତି ।


