ଏନଏସଏସର ଶୀତକାଳିନ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଯୁକ୍ତ ୩ ୟୁନିଟ ପକ୍ଷରୁ ୭ ଦିନ ବ୍ୟାପୀ ଆୟୋଜିତ ଶୀତକାଳିନ ସ୍ୱତନ୍ତ୍ର ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଚାଇନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ବ୍ରଜନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇ ସେବା ତ୍ୟାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତାଙ୍କ ସହିତ ଅଧ୍ୟାପକ ତୁଷାରକାନ୍ତ ଦାସ,ଅଧ୍ୟାପକ ପ୍ରଭାତ ଶତପଥି, ଅଧାପିକା ମନୋଲଭା ପ୍ରଧାନ, ଅଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଶିବିର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରରେ ୨୫ ଜଣ ସ୍ୱେଚ୍ଛାସେବୀମାନଙ୍କୁ ନେଇ ବୃକ୍ଷରୋପଣ, କରୋନା ସଚେତନତାଭିତିକ କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ, ଭୋଟର ସଚେତନତା, ସ୍ୱାସ୍ଥ୍ୟ ସଂର୍ପକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଶିବିରକୁ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବିଜୟିନୀ ପଢିଆରୀ ପରିଚାଳନା କରୁଥିଲେ । ଶିବିରାର୍ଥୀ ଶକୁନ୍ତଳା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।