ଏନଏସଏସ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ରାଲି

ପୋଲସରା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାିଦ୍ୟାଳୟର ଜାତୀୟ ସେବା ଯୋଜନା ପୁରୁଷ ଓ ଯୁଗ୍ମ ୟୁନିଟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ଉପଲକ୍ଷେ ଅକ୍ଟୋବର ୩୦ ତାରିଖ ଦିନ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶୋଭାଯାତ୍ରାକୁ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ପ୍ଲାକାର୍ଡ ଧରି ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା ପୁରୁଷ ୟୁନିଟର ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ମହିଳା ୟୁନିଟର ପ୍ରୋଗ୍ରାମ ଅଫିସର ବସନ୍ତ କୁମାର ପାଣି ଓ ଯୁଗ୍ମ ୟୁନିଟର ପ୍ରୋଗ୍ରାମ ଅଫିସର ସେକ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ବୃନ୍ଦ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଲିପିନାଥ ସିଂ, ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ , କ୍ରୀଡା ଅଧ୍ୟାପକ ଦୀପକ୍ କୁମାର ସ୍ବାଇଁ ପ୍ରମୁଖବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା କଲେଜରୁ ବାହାରି ବ୍ଲକଛକ, ହାଇସ୍କୁଲ ଛକ ଓ ବସଷ୍ଟାଣ୍ଡ ଦେଇ କଲେଜକୁ ଫେରିଥିଲା। ଉଭୟ ଏନଏସଏସ ୟୁନିଟର ସ୍ବେଛାସେବୀମାନେ ପ୍ଲାକାର୍ଡ ଓ ବ୍ୟାନର ମାଧ୍ୟମରେ ସ୍ଲୋଗାନ ଦେଇ ଜନ ସାଧାରଣଙ୍କୁ ଦୁର୍ନୀତି ହଟିଲେ ରାଷ୍ଟ୍ରର ବିକାଶ ଘଟିବ ବୋଲି ଲୋକଙ୍କୁ ସଚେତନତା କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ