ଏନଏସି ସମ୍ମୁଖରେ ଧାରଣା ରେ ବସିଲେଠିକାଦାର

ଗଞ୍ଜାମ:ଏନଏସି ରେ କାର୍ଯ୍ୟରତ ଠିକାଦାର ମାନେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ର ଆଠ ମାସ ବିତିଯାଇଥିଲେ ମଧ୍ୟ ସେବାବଦରେ ବକେୟା ଅର୍ଥ ନ ମିଳିବା ପ୍ରତିବାଦରେ ଆଜି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।ଠିକାଦାର ସଙ୍ଘ ର ସଭାପତି ଗିରିଜା ଶଙ୍କର ମହାପାତ୍ର, ଉପ ସଭାପତି ପୂର୍ଣ ଚନ୍ଦ୍ର ଦଳେଇ, ସମ୍ପାଦକ ସୁରେଶ କୁମାର ପଣ୍ଡା, କୋଷାଧ୍ୟକ୍ଷ ମୋନଜ କୁମାର ସାହୁ, ଉପଦେଷ୍ଟା ସୁରେନ୍ଦ୍ର କୁମାର ପାଢୀ, ସଭ୍ୟ ଆଶିଷ କୁମାର ବେହେରା, ମୋଚିରାମ ସାହୁ, ସଦାନନ୍ଦ ପଣ୍ଡା ପ୍ରମୁଖ ଧାରଣା ରେ ବସିବାସହ ସେମାନେ ଦର୍ଶାଇଛନ୍ତି, ସେମାନେ ଗତବର୍ଷ ଅପ୍ରେଲ 28 ତାରିଖ, ଓ ପୁନର୍ବାର ସେପ୍ଟେମ୍ବର 17 ତାରିଖରେ ରେ ବେକେୟ ଅର୍ଥ ପ୍ରଦାନ ସହ ନିଖୋଜ ଥିବା ପୁରୁଣା ଫାଇଲ, ଓ ଇଏମଡି ବାବଦକୁ ବେକୟ ଅର୍ଥ ପ୍ରଦାନ କରିବା ଦାବିରେ ଧାରଣା ରେ ବସିଥିଲେ । ପରେ ଏନଏସି ପ୍ରଶାସନଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲା ପାଳ ଠିକାଦାର ଙ୍କ ସହ ଆଲୋଚନା କରି ଏହାଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ବନ୍ଦଥିବା ଉନ୍ନୟନ କାର୍ଯ୍ୟ କରିବା କହିଥିଲେ । ଫଳରେ ପୂର୍ବରୁ ଥିବା ବକେୟା ଅର୍ଥ ମିଳିଥିଲେ ମଧ୍ୟ ବର୍ତ୍ତମାନର ଉନ୍ନୟନ କାର୍ଯ୍ୟ ସାରିବାର ଆଠ ମାସ ବିତିଯାଇଥିଲେ ସେ ବାବଦରେ ବକେୟା ଅର୍ଥ ନ ମିଳିବା, ଓ ହଜିଯାଇଥିବା ଫାଇଲ ନ ମିଳିବା ସହ ସେ ବାବଦରେ ଅର୍ଥ ନମିଳିବା ନେଇ ଠିକାଦାର ସଙ୍ଘ ମଧ୍ୟରେ ତ୍ରିବପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ନେଇ ସେମାନେ ଟେଣ୍ଟର ହୋଇଥିବା ଉନ୍ନୟନ କାର୍ଯ୍ୟ ବନ୍ଦ ରଖିବା ସହ ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଙ୍କୁ ଭେଟି ଦାବିପତ୍ର ତିନି ତାରଖ ରେ ପ୍ରଦାନ କରିଥିଲେ । ଏହାର କୌଣସି ପ୍ରତିକାର ନ ହେବାରୁ ଆଜିଠାରୁ ଏନଏସି କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି । ପ୍ରଶାସନିକ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଆଜି କାର୍ଯ୍ୟଳୟ କୁ ଆସିଥିଲେ ବି କୌଣସି ସମାଧାନ ର ବାଟ ଫିଟିନଥିବା ଦେଖାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ