ଏନସିଏ ର ନୂଆ ଅଧକ୍ଷ ହେବେ ରାହୁଲ ଦ୍ରାବିଡ

(ଯୁଗାବ୍ଦ ନ୍ୟୁଜ)ପୂର୍ବତନ ଭାରତୀୟ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ ଖୁବ୍‌ଶୀଘ୍ର ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଭାବେ କାର‌୍ୟ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସୂଚନାଥାଉକି ଜୁଲାଇ ପହିଲାରେ ଦ୍ରାବିଡ଼ ଏନ୍‌ସିଏ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାର ଥିଲା। ତେବେ ଦ୍ରାବିଡ଼ ଏନ୍‌ସିଏ ମୁଖ୍ୟ ଭାବେ କାର‌୍ୟ୍ୟରେ ଯୋଗ ଦେଇନଥିଲେ। ଦ୍ରାବିଡ଼ ଇଣ୍ଡିଆ ସିମେଣ୍ଟ କମ୍ପାନୀରେ ଚାକିରି କରୁଥିବାରୁ ଏନ୍‌ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କଲେ ତାଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ଦ୍ରାବିଡ଼ ଏନ୍‌ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କରି ପାରୁନଥିବା ଆଲୋଚନା ହେଉଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ