ଥରିଲା କାଲିଫର୍ନିଆ
(ଯୁଗାବ୍ଦ ନ୍ୟୁଜ)ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିଲା। ତେବେ ଭୂକମ୍ପ ପ୍ରଭାବରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଗତ ୨୦ ବର୍ଷ ମଧ୍ୟରେ ଦକ୍ଷିଣ କାଲିଫର୍ନିଆରେ ହୋଇଥିବା ଭୂକମ୍ପ ମଧ୍ୟରୁ ଏହାର ତୀବ୍ରତା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି । ଶୁକ୍ରବାର ରାତି ପ୍ରାୟ ୮ଟା ୧୯ରେ ଭୂକମ୍ପ ଝଟ୍କା ଲାଗିଥିଲା। ମୋଜାଭେ ସହରଠାରୁ ୧୧ ମାଇଲ ଦୂର ତଥା ଲସ୍ ଏଞ୍ଜେଲ୍ସଠାରୁ ୧୫୦ ମାଇଲ୍(୨୪୦ କିମି) ଦୂରେ ଏହାର କେନ୍ଦ୍ରସ୍ଥଳ ରହିଥିଲା। ଏହା ପ୍ରଭାବରେ ଅଳ୍ପ କିଛି ଘର ଭାଙ୍ଗିଥିବା ସୂଚନା ମିଳିଛି।


