ଏନ୍‌ଏଚ୍ ଆର୍ ଫୋରମ୍‌ର ରାଜ୍ୟ ସଭାପତି ଭାବେ ନିଯୁକ୍ତି ହେଲେ ସମାଜସେବୀ ଏସ୍‌.ହେମନ୍ତ ରାଓ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରର ସମାଜସେବୀ ଏସ୍ ହେମନ୍ତ ରାଓଙ୍କୁ ଏନ୍‌ଏଚ୍‌ଆ୍‌ର ଫୋରମ ପକ୍ଷରୁ ରାଜ୍ୟ କାର୍ଯ୍ୟକାରି ସଭାପତି ଭାବେ ନିଯୁକ୍ତି ମିଳିଥିବା ଜଣାପଡିଛି । ବ୍ରହ୍ମପୁର ସହରର ମହାରଣା ପେଟା ସାହି ନିବାସୀ ଏସ୍‌. ହେମନ୍ତ ରାଓ ଜଣେ ବିଶିଷ୍ଟ ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ । ଦୀର୍ଘ ଦିନ ଧରି ସେ ସମାଜ ସେବା କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଲୋକଙ୍କ ସେବା କରିଆସୁଛନ୍ତି । ତାଙ୍କର ଏହି ଅଦମ୍ୟ ଓ ନିରବଚ୍ଛିନ୍ନ ନିସ୍ୱାର୍ଥପୁର ଲୋକ ସେବା ପାଇଁ ତାଙ୍କୁ ଏନ୍‌ଏଚ୍‌ଆର୍‌ପି ଫୋରମ ପକ୍ଷରୁ ଓଡ଼ିଶା ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ଏଥି ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସେ ସମାଜ ସେବା କାର୍ଯ୍ୟ ଆଗକୁ   ଆହୁରି ଭଲ ଭାବେ ତୁଲାଇବେ ଓ ଲୋକଙ୍କ ସେବାରେ ହିଁ ତାଙ୍କୁ ସନ୍ତୁଷ୍ଟି ମିଳେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏନେଇ ଏନଏଚଆପି ଫୋରମ ମୁଖ୍ୟ କାର୍ଯ୍ୟଳୟ ଆନ୍ଧ୍ରା ପ୍ରଦେଶ, ବିଶାଖାପାଟଣା ସ୍ଥିତ ରବିବେକାନନ୍ଦ ନଗର ଆଦର୍ଶ ନଗର ମୁଖ୍ୟ କାର୍ଯ୍ୟଳୟରୁ ନିଯୁକ୍ତି ପତ୍ର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ