ଏନ୍ଏସ୍ଡିସି ଏବଂ ଆମାଜନ ଇଣ୍ଡିଆ ପକ୍ଷରୁ କୋଭିଡ୍ ଡିଜିଟାଲ ଅଭିଯାନ ଆରମ୍ଭ
ମୁମ୍ବାଇ : ଜାତୀୟ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ କର୍ପୋରେଶନ (ଏନ୍ଏସ୍ଡିସି) ପକ୍ଷରୁ କରୋନା ମୁକାବିଲା ପାଇଁ ଆମାଜନ ସହିତ ମିଳିତ ହୋଇ ଲୋକଙ୍କୁ ସଚେତନ କରାଇବା ଲାଗି ଆୱାର ଇଣ୍ଡିଆ ସେଫ୍ ଇଣ୍ଡିଆ: ଡିଜିଟାଲ ଅଭିଯାନ ଯୋଜନା ବଦ୍ଧ ଭାବେ ଆରମ୍ଭ ହୋଇଛି । ଏଥିରେ ୧୧,୦୦୦ରୁ ଅଧିକ ତାଲିମ୍ କେନ୍ଦ୍ର ଏବଂ ୮୦୦ରୁ ଅଧିକ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସାମିଲ୍ ହୋଇଛନ୍ତି । ଏହି ଅବସରରେ ଜାତୀୟ ଦକ୍ଷତା ବିକାଶ ଓ ଉଦ୍ୟୋଗ କର୍ପୋରେଶନ ଏମ୍ଡି ତଥା ସିଇଓ ଡ. ମନୀଶ କୁମାର କହିଲେ, ସଚେତନତା ଦ୍ୱାରା କରୋନା ମୁକାବିଲା ସମ୍ଭବ । ଏହି କାର୍ଯ୍ୟରେ ଆମାଜନ ସହିତ ମିଳିତ ହୋଇ ଆମେ କାମ କରୁଛୁ । ଏହି ଅବସରରେ ଆମାଜନ ଇଣ୍ଡିଆର କର୍ପୋରେଟ୍ କମ୍ୟୁନିକେଶନ ଏବଂ ସିଏସ୍ଆର୍ ମୁଖ୍ୟ ମିନାରି ଶାହା କହିଲେ, “ ଭାରତୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସର୍ବୋପରି । ଏପରିସ୍ଥଳେ କୋଭିଡ୍-୧୯ ସମ୍ପର୍କରେ ଦେଶର ଜନସାଧାରଣଙ୍କୁ ସଚେତନ କରାଇବା ଫାଇଁ ଆମେ ମିଳିତଭାବେ ଏହି ଅଭିଯାନ ଆରମ୍ଭ କରିଛୁ । ଏହା ମାଧ୍ୟମରେ ଲୋକଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇପାରୁଛି । ଏହି ମିଳିତ ଅଭିଯାନକୁ କୋଭିଡ୍-୧୯ ଡିଜିଟାଲ ହିରୋ ଭାବେ ନାମିତ କରାଯାଇଛି । ଆମାଜନର ଆଲେକ୍ସ୍ ଷ୍ଟୁଡେଟଂ ଆମ୍ବାସଡ଼ର ପ୍ରୋଗ୍ରାମ୍କୁ ଏଥିରେ ସଂଯୁକ୍ତ କରାଯାଇଛି । ଏହି ଅଭିଯାନକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆରୋଗ୍ୟ ସେତୁ ଆପ୍ ଦ୍ୱାରା ତଦାରଖ କରାଯାଉଛି ।