ଏନ୍ ଜିଓ ହଲରେ ଡକ୍ଟରେଟ ଫୋରମର ବୈଠକ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) ବ୍ରହ୍ମପୁର ସ୍ଥାନିୟ ଗେଟ୍ ବଜାରସ୍ଥିତ ଏନ୍ ଜିଓ ହଲରେ ଡକ୍ଟରେଟ ଫୋରମର ମାସିକ ବୈଠକ ସଭାପତି ଡାକ୍ଟର ଶକର୍ଷଣ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପଦେଷ୍ଟା ପ୍ରଫେସର ପିସି ସାହୁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭିଟାମିନ ଡି ଅଭାବରେ ହେଉଥିବା ମଣିଷ ଶରୀରର ବହୁ ଜଟିଳ ସମସ୍ୟା ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଫୋରମରସମ୍ପାଦକ ପ୍ରସନ୍ନ କର ଧନ୍ୟବାଦ ଅର୍ପଣ କରିଥିଲେ ।,ଏଥିରେ ଫୋରମ୍ ର ଉପ ସଭାପତି ଡ ଧବଳେଶ୍ଵର ନାହାକ, କୋଷାଧ୍ୟକ୍ଷ ଡ ସମରେନ୍ଦ୍ର ସାହୁ , ଡ ହ ରାମା ରାଓ,ଡ ପି କେ ନାୟକ,ଡ ପି ସି ତ୍ରିପାଠୀ,ଡ ଅଭୟ ନାୟକ, ଡ ଦ୍ଭାସ୍ଵତି ପଣ୍ଡା,ଡ ବି କେ ସୁବୁଦ୍ଧି, ଡ ବିପିନ୍ ବିହାରୀ ସାହୁ,ଡ ଅନିଲ ସାହୁ, ଡ ପି କେ କର,ଡ ଗ ଙ୍ଖ ରାମା ଚନ୍ଦ୍ର ରାଓ, ଡ ସତ୍ୟ ନାରୟଣ ସାହୁ ଓ ଡ ଏ ମ ମହାପାତ୍ର ସମେତ ୨୦ ରୁ ଅଧିକ ଡକ୍ଟର ଯୋଗ ଦେଇ ଥିଲେ। ଶଷରେ ଜାତୀୟ ସଙ୍ଗୀତ ଗାନ କରି ସଭା ସାଙ୍ଗ ହୋଇଥିଲା।


