ଏପୋଲୋ କ୍ଲିନିକକୁ ମିଳିଲା ଏନ.ଏ.ବି.ଏଲର ମାନ୍ୟତା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ରୋଗ ନିଦାନ ନିରୂପଣ ପାଇଁ ରୋଗୀର ରକ୍ତ ପରୀକ୍ଷା ତଥା ଅନ୍ୟାନ୍ୟ ପରୀକ୍ଷା ଯଥା ସିଟି ସ୍କାନ୍, ଅଲଟ୍ରାସାଉଣ୍ଡ, ଇସିଜି ପ୍ରଭୃତି ଜରୁରୀ । ଏହି ପରୀକ୍ଷାଗୁଡିକ ସରକାରୀ ବା ବେସରକାରୀ ସ୍ତରରେ ବିଭିନ୍ନ ପରୀକ୍ଷା ଲେବୋରଟେରୀରେ ହୋଇଥାଏ । କିନ୍ତୁ ଅନେକ ସମୟରେ ଏହାର ଫଳାଫଳ ଉପରେ ଚିକିତ୍ସା କରୁଥିବା ଚିକିତ୍ସକ, ରୋଗୀ ବା ରୋଗୀର ସମ୍ପର୍କୀୟମାନଙ୍କର ସନ୍ଦେହ ଉପୁଜେ । ଏହାର ଅନେକ କାରଣ ମଧ୍ୟରୁ ଅଣତାଲିମପ୍ରାପ୍ତ ଟେକ୍ନିସିଆନ୍, ଅନଭିଜ୍ଞ କର୍ମଚାରୀ, ଅନୁପଯୁକ୍ତମାନର ଯନ୍ତ୍ରପାତି ତଥା ନିମ୍ନମାନର ଭି-ଏଜେଣ୍ଟର ବ୍ୟବହାର ଅନେକ ପରିମାଣର ଦାୟୀ । ଏଗୁଡିକର ମାନ ନିର୍ଦ୍ଧାରଣ ପାଇଁ ଭାରତ ସରକାର କ୍ୱାଲିଟି କାଉନସିଲିଂ ଅଫ୍ ଇଣ୍ଡିଆ () ବିଭିନ୍ନ ଲେବୋରଟାରୀକୁ ଏନ.ଏ.ବି.ଏଲ (ନ୍ୟାସନାଲ ଏକ୍ରିଡେସନ ହୋର୍ଡ ଫର୍ ଲେବୋରଟୋରିଜ୍) ମାନ୍ୟତା ପ୍ରଦାନ କରିଥାଆନ୍ତି । ଏହି ମାନ୍ୟତା ପାଇଁ ବିଶେଷଜ୍ଞ ଟିମ୍ ଲେବୋରଟାରୀକୁ ବହୁବାର ପରିଦର୍ଶନ ଓ ନିରୀକ୍ଷଣ କରିଥାଆନ୍ତି ଓ ସେମାନେ ମାନର ସନ୍ତୁଷ୍ଟ ହେଲେ ଏହି ମାନ୍ୟତା ପ୍ରଦାନ କରିଥାଆନ୍ତି । ଏହା ଅତି ଗୌରବର ବିଷୟ ଯେ ୨୦୧୬ ମସିହା ଅଗଷ୍ଟ ମାସରେ ସ୍ଥାପିତ ହୋଇ ମଧ୍ୟ ଏପୋଲୋ କ୍ଲିନିକ୍ ବାଲେଶ୍ୱରରେ ଏହି ସର୍ବଭାରତୀୟ ସର୍ବୋଚ୍ଚ ମାନ ନିର୍ଦ୍ଧାରଣ କମିଟି ଦ୍ୱାରା ଏନ.ଏ.ବି.ଏଲ ମାନ୍ୟତା ଲାଭ କରିଛି । ସାରା ଉତ୍ତର ଓଡିଶାରେ ଏହି ପ୍ରକାରର ମାନ୍ୟତା ପାଇବାରେ ଏପୋଲୋ କ୍ଲିନିକ୍ ବାଲେଶ୍ୱରରେ ସର୍ବ ପ୍ରଥମ । ଏଠାରୁ ରୋଗୀମାନେ ପରୀକ୍ଷା କରି ପାଇଥିବା ରିପର୍ଟ ଓଡିଶାର ସବୁ କ୍ଲିନିକ୍ ବା ହସପିଟାଲରେ ଗ୍ରହଣଯୋଗ୍ୟ ହେବ । ଯାହାକି ରୋଗୀକୁ ଆଉ ଦ୍ୱିତୀୟବାର ପରୀକ୍ଷା କରିବାକୁ ପଡିବ ନାହିଁ । ଏହାକୁ ନେଇ ଡାକ୍ତର, ରୋଗୀ ଓ ରୋଗୀ ସମ୍ପର୍କୀୟମାନଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସର ପରିପ୍ରକାଶ କରିପାରିଛି । ଏହି ଅବସରରେ ଏପୋଲୋ କ୍ଲିନିକ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଏପୋଲୋ କ୍ଲିନିକ୍ ବାଲେଶ୍ୱରର ଉପଦେଷ୍ଟା ଡାଃ ଦେବବ୍ରତ କାନୁନ୍ଗୋ ଉତ୍ତର ଓଡିଶା ସମେତ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିପାରିରବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପୋଲୋ କ୍ଲିନିକ୍ର ପରିଚାଳନା ନିର୍ଦ୍ଦେଶକ ମିହିର କୁମାର ନନ୍ଦୀ, ନିର୍ଦ୍ଦେଶକ ଅବିଶେକ ନନ୍ଦୀ, ଅବସରପ୍ରାପ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ତଥା ନିଦାନ ବିଶେଷଜ୍ଞ ଡାଃ ମହେଶ କୁମାର ବିଶ୍ୱାଳ ଏବଂ ପି.ଆର.ଓ ସୁକୁମାର ଋଣା ପ୍ରମୁଖ ଉପସ୍ଥିତ ଥିଲେ ।