ଏମପିସି ଅଟୋନମୋସ ପିଜି ପରୀକ୍ଷାରେ ରାକ୍ଷୀ ମିଶ୍ର ଟପ୍ପର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ତକତପୁର ଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଅଟୋନୋମସ ମହାବିଦ୍ୟାଳୟରେ ଚଳିତ ଶେଷବର୍ଷ ପିଜି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କଲେଜ ଅଧ୍ୟକ୍ଷା ଡଃ ଝରଣା ବେହେରା ଏବଂ ପରୀକ୍ଷା ନିୟନ୍ତ୍ରକ ପ୍ରମୋଦ କୁମାର ସାହୁଙ୍କ ଅନୁମୋଦନ କ୍ରମେ କଳା, ବିଜ୍ଞାନ, ବାଣିଜ୍ୟ,ଏମସିଏଲ, ଏମବିଏ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କଳା, ବିଜ୍ଞାନ, ବାଣିଜ୍ୟରେ ୪୦୨ ଜଣ ପରୀକ୍ଷାର୍ଥୀ , ଏମସିଏ ଏବଂ ଏମବିଏ ରେ ୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଭୂତତ୍ବ ବିଜ୍ଞାନ ଛାତ୍ରୀ ରେଖା ମିଶ୍ର ଶତକଡା ୯୦ ରଖି କଲେଜର ପିଜି ପରୀକ୍ଷାରେ ଶ୍ରେଷ୍ଠ ସ୍ନାତକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ କଲେଜ ଅଧ୍ୟକ୍ଷା,ପ୍ରଫେସର, ଛାତ୍ରଛାତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କର ଘର ରାଇରଙ୍ଗପୁର ସନ୍ନିକଟ ବିକାଶ ନଗର । ତାଙ୍କ ପିତା ସୁଧୀର ମିଶ୍ର ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ସାନବାପା ଇଶାନ ମିଶ୍ର ମୟୂରଭଂଜ ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ।ତଦସହ ଜେଜେ ବାପା ସ୍ବର୍ଗତ ଅନନ୍ତ ମିଶ୍ର ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଥିଲେ । ସେ ଆଗକୁ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ସଫଳତାରେ ରାଇରଙ୍ଗପୁର ଅଂଚଳର ସହପାଠୀ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ମଧ୍ୟରେ ଆନନ୍ଦ ଖେଳି ଯାଇଥିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ