ଏମ୍‌କେସିଜି ଯୁବକ ସଂଘ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ଭାରତର ସର୍ବଭୌମତ୍ୱ ପ୍ରତି ବାରମ୍ବାର ବିପଦ ସୃଷ୍ଟି କରୁଥିବା ଚୀନର ବୈମାତୃକ ମନୋଭାବ ତଥା ସ୍ୱେଚ୍ଛାଚାରିତାକୁ ବିରୋଧ କରି ମୋହନା ମୁଖ୍ୟ ସଡ଼କ ବଜାର ଛକଠାରେ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ତତ୍ ସହିତ ଭାରତୀୟ ୨୦ ଜଣ ଯବାନ ସହିଦ ହୋଇଥିବା ଯୋଗୁଁ ଗଭୀର ଦୁଃଖ ପ୍ରକାଶ କରିବା ସହ ସହିଦଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ, ଧୂପଦୀପ ଦେଇ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଚୀନ୍ ପ୍ରସ୍ତୁତ ମୋବାଇଲ ଓ କିଛି ସାମଗ୍ରୀକୁ ମଧ୍ୟ ସର୍ବସମ୍ମୁଖରେ ପୋଡ଼ାଯାଇଥିଲା । ସଂଘର କର୍ମକର୍ତ୍ତା ଚୀନ୍ ବିରୋଧରେ ନାରାବାଜି କରିଥିଲେ । ଏଥିରେ ସଂଘର ସଭାପତି ଅଜିତ କୁମାର ପାତ୍ର, ସଂପାଦକ ଜିତେନ୍ଦ୍ର କୁମାର ବେହେରା, ଗଗନ ପାଳ, ଲାଲୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ