ଏମ୍ଜି ମୋଟର ପକ୍ଷରୁ ଅଲ୍ ନିୟୁ ହେକ୍ଟର-୨୦୨୧ର ବଜାର ପ୍ରବେଶ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଏମ୍ଜି ମୋଟର ଇଣ୍ଡିଆ ପକ୍ଷରୁ ଅଲ୍ ନିୟୁ ହେକ୍ଟର-୨୦୨୧ ରେଞ୍ଜ୍ର ବଜାର ପ୍ରବେଶ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୨.୮୯ ଲକ୍ଷ ଟଙ୍କା ରହିଛି । ଏହା ସହିତ ଭାରତର ଏହି ପ୍ରଥମ ଇଂଟରନେଟ୍ ଏସ୍ ବାହ୍ୟ ଏବଂ ଆଭ୍ୟନ୍ତରୀଣ ବହୁ ଅତିରିକ୍ତ ବୈଶିଷ୍ଟ୍ୟକୁ ଏହାର ୫,୬ ଏବଂ ୭ ସିଟ ଭ୍ୟାରିଆଣ୍ଟ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଡୁଆଲ୍ ଟୋନ୍ ବାହ୍ୟ ଏବଂ ଆଭ୍ୟନ୍ତରୀଣ ରହିଛି । ଏଥିରେ ବୋଲ୍ଡ୍ ଥର୍ମୋପ୍ରେସଡ୍ ସମ୍ମୁଖ ଗ୍ରିଲ୍, ଲକ୍ସରି ଚାଭ୍ପାଜେନ୍ ଏବଂ ବ୍ଲାକ୍ ଡୁଆଲ୍ ଟୋନ୍ ଆଭ୍ୟନ୍ତରୀଣ ରହିଛି । ଏହା ସହିତ ଏଥିରେ ୧୮ ଇଞ୍ଚ୍ ଷ୍ଟାଇଲିଶ୍ ଡୁଆଲ୍ ଟୋନ୍ ଆଲଏ ଅପଡେଟ୍ ଆଇ-ସ୍ମାର୍ଟ ସହିତ ପ୍ରଥମ ଥର ପାଇଁ ଏଥିରେ ହିଙ୍ଗ୍ଲିଶ୍ ଭଏସ୍ କମାଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଛି । ହେକ୍ଟର-୨୦୨୧ ରେଞ୍ଜ୍ରେ ୭ ସିଟର, ୬ ସିଟର ଏବଂ ୫ ସିଟର ଭ୍ୟାରିଆଣ୍ଟ୍ ରହିଛି ।ଏହି ଅବସରରେ ଏମ୍ଜି ମୋଟର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଛନ୍ତି, ଆମେ ଗ୍ରାହଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିରନ୍ତର ନୂଆ ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଥାଉ । ହେକ୍ଟର-୨୦୨୧ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ସକ୍ଷମ ହେବ । ହେକ୍ଟରର ଇଣ୍ଟରନେଟ୍ ଏସ୍ୟୁଭିର ବିଭିନ୍ନ ଭ୍ୟାରିଆଣ୍ଟ୍ର ବିକଶିତ ଜ୍ଞାନକୌଶଳ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିବ । ହେକ୍ଟର-୨୦୨୧ର ୫-ସିଟରର ମୂଲ୍ୟ ୧୨.୮୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।ସେହିପରି ଏହାର ୭-ସିଟର ମୂଲ୍ୟ ୧୩.୩୪ ଲକ୍ଷରୁ ଆରମ୍ଭ ହେଉଛି । ଏଥିରେ ପାନାରୋମିକ୍ ସନ୍ ରୁଫ୍ ରହିଛି । ଏଥିରେ ୨ ଧାଡ଼ିରେ ୨ ଜଣ ବୟସ୍କ, ତୃତୀୟ ଧାଡ଼ିରେ ୨ଜଣ ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ୭-ସିଟର ଷ୍ଟାଇଲ୍, ସୁପର, ସ୍ମାର୍ଟ ବୈଶିଷ୍ଟ୍ୟ ଆଦି ରହିଛି । ହେକ୍ଟର-୨୦୨୧ ୬-ସିଟରରେ କ୍ୟାପଟେନ୍ ସିଟ୍ ରହିଛି । ଏହାର ମୂଲ୍ୟ ୧୫.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ୱେରଲେସ୍ ଚାର୍ଜିଂ, ଅଟୋ-ଡିମିଂ ଆଇଆର୍ଭିଏମ୍ ବୈଶିଷ୍ଟ୍ୟ ରହିଛି ।ଏହାର ଆଇ-ସ୍ମାର୍ଟ ଅପଡେଟ୍ରେଇଞ୍ଜିନ୍ ଷ୍ଟାର୍ଟ ଆଲାର୍ମ ସହିତ ଇନ୍ କାର୍ ଭଏସ୍ ଆଲର୍ଟ କ୍ରିଟିକାଲ ଟାୟାର ପ୍ରେସର ପାଇଁ ରହିଛି । ସେହିପରି ଏଥିରେ ୩୫ରୁ ଅଧିକ ହିଙ୍ଗ୍ଲିଶ୍ କମାଣ୍ଡ ରହିଛି । ସନ୍ ରୁଫ୍ ଖୋଲିବା ପାଇଁ ଖୁଲ୍ ଯା ସିମ୍ ସିମ୍, ଏଫ୍ଏମ୍ ପାଇଁ ଏଫ୍ଏମ୍ ଚଲୋ, ଏସି ପାଇଁ ଟେମ୍ପରେଚର କମ୍ କର୍ ଦୋ ଆଦି ଭଏସ୍ କମାଣ୍ଡ୍ ରହିଛି ।


