ଏମ.ପି.ସି କଲେଜରେ ଆନ୍ତଃ କଲେଜ ଆଥଲେଟିକ ମିଟ ଉଦଘାଟିତ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ କଲେଜ ସମୂହକୁ ନେଇ ସ୍ଥାନୀୟ ଏମପିସି ସ୍ୱୟଂଶାସିତ କଲେଜ ପ୍ରାଙ୍ଗଣରେ ଆନ୍ତଃ କଲେଜ ଆଥଲେଟିକ ମିଟ ଉଦଘାଟିତ ହୋଇଯାଇଛି. ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରିଡ଼ା କାର୍ଯ୍ୟକ୍ରମକୁ ନୋଡାଲ ଅନୁଷ୍ଠାନ ଭାବରେ ଏମପିସି କଲେଜ ଆୟୋଜନ କରୁଥିବା ବେଳେ, କଲେଜର ଅଧ୍ୟକ୍ଷ ପ୍ର. ପ୍ରମୋଦ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦୌଡ଼ କୁଦ, ଲମ୍ବ ଡିଆଁ, ଡିସ୍କସ ଥ୍ରୋ, ଜାଭଲିନ ଥ୍ରୋ ଇତ୍ୟାଦି କ୍ରିଡ଼ା ଦୁଇଦିନ ଧରି ଅନୁଷ୍ଠିତ ହେବ. ଏଥିରେ ମନୋନୀତ କ୍ରୀଡ଼ାବିତ ମାନେ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି. ଆୟୋଜକ କମିଟିର ସମ୍ପାଦକ ଅଧ୍ୟାପକ ଦେବାଶିଷ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମକୁ ପି.ଇ.ଟି ସତ୍ୟନାରାୟଣ ବାରିକ ପରିଚାଳନା କରିଥିବା ବେଳେ, ଆୟୋଜନ କମିଟିର ସଦସ୍ୟ ଡ. ଆଲବର୍ଟିନା ତିର୍କୀ, ରାଇମଣି ମାର୍ଣ୍ଡି, ଡ. ରତନି ହାଁସଦା, ଡ. ସାଉନା ମାଝୀ, ଡ. ଆଶୁତୋଷ ପ୍ରୟାସ ଦାଶ, ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ଡ. ଦେବସ୍ମୀତା ପାଲ, ସସ୍ମିତା ଦାସ, ଡ. ରୂପସା ମହାପାତ୍ର, ପ୍ରେମ ପ୍ରସାଦ, ଡ. ସୁଧୀର କିସ୍କୁ ପ୍ରମୁଖ ସହଯୋଗ କରିଥିଲେ.