ଏର୍ସଲ ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର

ଚିତ୍ରକୋଣ୍ଡା,(ବିମଲକିଶୋର ମିଶ୍ର):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ଥିତ ଏର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଶାଖାପାଟଣା ସ୍ଥିତ ଶଙ୍କର ଫାଉଣ୍ଡେସନର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ପ୍ରତି ବର୍ଷ ଏହି ଶିବିରର ଆୟୋଜନ କରାଯାଉଛି । ଏହି ଶିବିରରେ ଚିତ୍ରକୋଣ୍ଡା ଅଞ୍ଚଳର ବହୁ ବାସିନ୍ଦା ବହୁ ସଂଖ୍ୟାରେ ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷଣ କରାଇଥିଲେ । ପ୍ରଥମେ ନିଜ ନିଜର ପରିଚୟ ପରୀକ୍ଷଣ ପତ୍ର ଦେଇ ପଞ୍ଜିକରଣ କରାଇବା ପରେ ଚକ୍ଷୁ ପରୀକ୍ଷା କରାଇଥିଲେ । ପରୀକ୍ଷା କରିବା ପରେ ଆବଶ୍ୟକଙ୍କୁ ଚଷମା ନିର୍ଦ୍ଧାରିତ ସମୟରେ ପ୍ରଦାନ କରାଯିବା ନେଇ ସମସ୍ତଙ୍କୁ ସୂଚନା ଦିଆଯାଇଛି । ଗତ ୨୭ ଅଗଷ୍ଟରୁ ଆରମ୍ଭ ହୋଇ କ୍ରମାଗତ ଭାବେ ଏମଭି-୧୫, ମର୍କେଲଗୁଡା, ନୂଆଗୁଡା, ସାରକୁବନ୍ଧ ଶିବିର ହେବାପରେ ଶେଷରେ ଚିତ୍ରକୋଣ୍ଡା ଠାରେ ଶିବିର ସମାପ୍ତ ହୋଇଛି । ଏହି ଶିବିର ମାଧ୍ୟମରେ ଅଞ୍ଚଳର ବହୁତ ଲୋକ ଉପକୃତ ହୋଇ ପାରିଥିବା ଜଣା ପଡିଛି, ଆଗାମୀ ଦିନରେ ଏପରି ସ୍ଵାସ୍ତ୍ୟ ଶିବିର ପୁନର୍ବାର ଅନୁଷ୍ଠିତ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ